Categories: ଜାତୀୟ

ପରଜୀବୀ, ବାଳକ ବୁଦ୍ଧି…୧୩୩ ମିନିଟ୍‌ରେ ରାହୁଲଙ୍କୁ ତୁହାକୁ ତୁହା ଆକ୍ରମଣ କଲେ ମୋଦି, ହେଲେ ଉଠାଇଲେନି ଏହି ପ୍ରସଙ୍ଗ

ନୂଆଦିଲ୍ଲୀ,୩।୭: ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଭାଷଣ ରଖିଥିଳେ। ଯେଉଁଥିରେ କଂଗ୍ରେସକୁ ସେ ତୀବ୍ର ସମାଲୋଚନା କରିବା ସହ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ନିଜ ୨ଘଣ୍ଟା ୧୭ମିନିଟ୍‌ ଭାଷରେ ମୋଦି, ରାହୁଲଙ୍କୁ ତୁହାକୁ ତୁହା ଟାର୍ଗେଟ କରୁଥିବାବେଳେ ନିଟ୍‌ ପେପର୍‌ ଲିକ୍‌ ଓ ମଣିପୁର ସମ୍ପର୍କରେ କିଛି ବି କହି ନ ଥିଲେ। ରାହୁଲଙ୍କ ଦ୍ୱାରା ଭଗବାନ ଶିବଙ୍କ ଫଟୋ ଦେଖାଇବା, ସମ୍ବିଧାନ ଉପରେ ଆକ୍ରମଣ ଓ ଭାଜପା ନେତାଙ୍କୁ ହିନ୍ଦୁ ନୁହେଁ କହିବା ଟିପ୍ପଣୀକୁ ନେଇ ମୋଦି ଗୋଟି ଗୋଟି କରି ଜବାବ ରଖିଥିଲେ।

ମୋଦି ସଂସଦରେ ୧୩୩ମିନିଟ ଯାଏଁ ନିଜ ବ୍ୟକ୍ତବ ରଖିଥିଲେ। ଯେତେବେଳେ କି ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ଗୋଟିଏ ଦିନ ପୂର୍ବରୁ ୧୦୦ ମିନିଟ୍‌ ପାଇଁ ନିଜ ଭାଷଣ ରଖିଥିଲେ। ପିଏମ ମୋଦିଙ୍କ ଭାଷଣକୁ ବିଶ୍ଳେଷଣ କରାଯାଇଛି। ଯେଉଁଥିରେ ସେ ୬୧ଥର ବିକାଶ ଓ ବିକଶିତ ଶଦ୍ଦ ବ୍ୟବହାର କରିଛନ୍ତି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନାମ ୧୫ ଥର ଏବଂ ଇନ୍ଦିରା ଗାନ୍ଧୀଙ୍କ ନାମ ୧୨ ଥର ନେଇଥିଲେ। କିନ୍ତୁ ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିବା ନିଟ୍‌ ମାମଲା ଉପରେ କିଛି ବି କହି ନ ଥିଲେ। ମୋଦି NEET ଶବ୍ଦକୁ କେବଳ ଥରେ ମାତ୍ର ବ୍ୟବହାର କରିଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅର୍ପଣ କରି ଭାଷଣ ଦେବାବେଳେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ପରଜୀବୀ ଏବଂ ରାହୁଲଙ୍କ ବାଳକ ବୁଦ୍ଧି ଭଳି ଶବ୍ଦ ବ୍ୟବହାର କରିଥିଲେ।

Share