ଗଜପତି, ୨୬।୩(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହର ସମେତ ଜିଲାର ଗୁମ୍ମା, ଗୋଷାଣୀ ଏବଂ କାଶୀନଗର ବ୍ଲକ୍କୁ ଆସନ୍ତା ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ୩ଦିନ ଶଟ୍ଡାଉନ ଘୋଷଣା କରାଯାଇଛି। ଜରୁରୀ ସ୍ବାସ୍ଥ୍ୟ ସେବା ଓ ଖିର ଯୋଗାଣକୁ ବାଦ୍ ଦେଲେ ଅନ୍ୟ ସବୁ ବନ୍ଦ ରହିବ। ଏହି ସମୟରେ ୪୦ ସ୍ବାସ୍ଥ୍ୟ ସେବା ଦଳ ଲକ୍ଷଣ ଚିହ୍ନଟରେ ନିୟୋଜିତ ହେବେ। ଏଥିପାଇଁ ସମସ୍ତ ଜନସାଧାରଣଙ୍କୁ ସହଯୋଗ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଆହ୍ବାନ ଦିଆଯାଇଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଗଜପତି, ରାଜ୍ୟ