ଗଜପତି, ୨୬।୩(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହର ସମେତ ଜିଲାର ଗୁମ୍ମା, ଗୋଷାଣୀ ଏବଂ କାଶୀନଗର ବ୍ଲକ୍କୁ ଆସନ୍ତା ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ୩ଦିନ ଶଟ୍ଡାଉନ ଘୋଷଣା କରାଯାଇଛି। ଜରୁରୀ ସ୍ବାସ୍ଥ୍ୟ ସେବା ଓ ଖିର ଯୋଗାଣକୁ ବାଦ୍ ଦେଲେ ଅନ୍ୟ ସବୁ ବନ୍ଦ ରହିବ। ଏହି ସମୟରେ ୪୦ ସ୍ବାସ୍ଥ୍ୟ ସେବା ଦଳ ଲକ୍ଷଣ ଚିହ୍ନଟରେ ନିୟୋଜିତ ହେବେ। ଏଥିପାଇଁ ସମସ୍ତ ଜନସାଧାରଣଙ୍କୁ ସହଯୋଗ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଆହ୍ବାନ ଦିଆଯାଇଛି।