Categories: ଜାତୀୟ

ପରମବୀରଙ୍କ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୨୪।୩: ମହାରାଷ୍ଟ୍ରରେ ଜାରି ରହିଥିବା ସଙ୍କଟ ନେଇ ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ ହୋଇଯାଇଛି। ମାମଲା ଗୁରୁତର ମାତ୍ର ଏହି ମାମଲାରେ ପରମବୀର କାହିଁକି ହାଇକୋର୍ଟର ଦ୍ୱାରସ୍ଥ ହେଲେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି। ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଘର ସମ୍ମୁଖରେ ଥିବା ସିସିଟିଭି ଜବତ କରାଯିବା ସହିତ ମାମଲାର ନିରପେକ୍ଷ ତଦନ୍ତ ଲାଗି ପରମବୀର ଆବେଦନ କରିଥିଲେ। ଅନୁଚ୍ଛେଦ ୨୨୬ ଅନ୍ତର୍ଗତ ହାଇକୋର୍ଟରେ ଏହି ମାମଲାର ଶୁଣାଣି ପାଇଁ ଅଧିକାର ରହିଛି। ତେଣୁ ହାଇକୋର୍ଟର ଦ୍ୱାରସ୍ଥ ହୋଇ ସିବିଆଇ ଯାଞ୍ଚ୍‌ ଆବେଦନ କରିବାକୁ ସୁପ୍ରିମ୍‌କୋର୍ଟ ପରମବୀରଙ୍କ ଆଇନଜୀବୀ ମୁକୁଲ ରୋହତଗୀଙ୍କୁ ବିଚାରପତି ସଞ୍ଜୟ କୌଲ ଏବଂ ଆର୍‌. ସୁଭାଷ ରେଡ୍ଡୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି।

Share