Categories: ଜାତୀୟ

ପରମେଶ୍ୱରନ ନୀତି ଆୟୋଗର ସିଇଓ

ନୂଆଦିଲ୍ଲୀ,୨୪।୬: ପରମେଶ୍ୱରନ ଆୟର ନୀତି ଆୟୋଗର ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି। ଶୁକ୍ରବାର କେନ୍ଦ୍ର ସରକାର ପରମେଶ୍ୱରନକୁ ଏହି ପଦରେ ନିଯୁକ୍ତ ଦେଇଛନ୍ତି। ବର୍ତ୍ତମାନ ଯିଏ ନୀତି ଆୟୋଗର ସିଇଓ ଅଛନ୍ତି ଅମିତାଭ କାନ୍ତଙ୍କର ଜୁନ୍‌ ୩୦ରେ କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ତାଙ୍କ ପରେ ପରମେଶ୍ୱରନ ଆୟର ଦୁଇ ବର୍ଷ ପାଇଁ ଏହି ଦାୟିତ୍ୱ ସମ୍ଭାଳିବେ। ତେବେ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏ ସେ ଉକ୍ତ ପଦବୀରେ ରହିବେ ବୋଲି ନିଯୁକ୍ତି ପତ୍ରରେ କୁହାଯାଇଛି।

Share