Categories: ଖେଳ

ପାରାମାଉଣ୍ଟ ସ୍ପୋର୍ଟିଂ ଚାମ୍ପିୟନ

ଭୁବନେଶ୍ୱର, ୩।୬ (କ୍ରୀଡ଼ା ପ୍ରତିନିଧି): ମୁକ୍ତେଶ୍ୱର କ୍ରିକେଟ କ୍ଲବ ଆନୁକୂଲ୍ୟରେ ୨ୟ ପ୍ରଶାନ୍ତ ମହାପାତ୍ର ସ୍ମାରକୀ ଜୁନିୟର (୧୬ ବର୍ଷରୁ କମ୍‌) କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଶେଷ ହୋଇଛି। ଏହାର ଫାଇନାଲରେ ପ୍ରଗତି ସ୍ପୋର୍ଟିଂକୁ ୨୮ ରନରେ ହରାଇ ପାରାମାଉଣ୍ଟ ସ୍ପୋର୍ଟିଂ ଚାମ୍ପିୟନ ହୋଇଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ପାରାମାଉଣ୍ଟ ନିର୍ଦ୍ଧାରିତ ୩୫ ଓଭରରେ ୬ ଉଇକେଟ ହରାଇ ୧୩୪ ରନ କରିଥିଲା। ୧୩୫ ରନ ବିଜୟ ଲକ୍ଷ୍ୟନେଇ ବ୍ୟାଟିଂ କରିଥିବା ପ୍ରଗତି ୩୫ ଓଭରରେ ୧୦୬ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ବିଜୟୀ ଦଳର ଦୁର୍ଗା ପ୍ରସାଦ ମଲିକ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ। ପ୍ରଗତିର ଅସିମ ବରଦଙ୍କୁ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ବିବିସିଏର ବିଶ୍ୱଜିତ ପ୍ରଧାନ ଶ୍ରେଷ୍ଠ ବ୍ୟାଟର, ପାରାମାଉଣ୍ଟର ସେକ୍‌ ନକିବ ସର୍ବର ଶ୍ରେଷ୍ଠ ବୋଲର, ବିବିସିଏର ଅସ୍‌ନିଲ ରାଉତରାୟ ଶ୍ରେଷ୍ଠ ଉଇକେଟ କିପର ଏବଂ ମୁକ୍ତେଶ୍ୱରର ଅଭିଳାଷ କାନୁନଗୋ ଇମର୍ଜିଂ ପ୍ଲେୟର ପୁରସ୍କାର ପାଇଥିଲେ। ଏହି ଅବସରରେ ଓସିଏ ପ୍ୟାନେଲ ଅମ୍ପାୟର ନିର୍ମଳ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଫାଇନାଲ ଆରମ୍ଭ ପୂର୍ବରୁ ମେୟର ସୁଲୋଚନା ଦାଶ ଓ କର୍ପୋରେଟର କେ. ଶାନ୍ତି ଅତିଥିଭାବେ ଯୋଗ ଦେଇଥିଲେ। ଉଦ୍‌ଯାପନୀ ଉତ୍ସବରେ କ୍ରିକେଟର ବସନ୍ତ ମହାନ୍ତି, ସଞ୍ଜୟ ଶତପଥୀ, ଗୋବିନ୍ଦ ପୋଦ୍ଦାର, ଗୁଜରଜିତ ସିଂ ଚୌହାନ, ପ୍ରଦୋଷ ମହାନ୍ତି, ପ୍ରକାଶ ଦାଶ, ଅସିତ ମଲିକ, ଅଜିତ ବିଶ୍ୱାଳ, ଗୌର ପ୍ରସାଦ ନନ୍ଦ, ଶରଣଜିତ ସିଂ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ।

Share