ଆଣ୍ଠୁ ମାଡି ବସି ମାହିରାଙ୍କ ପ୍ରତି ଥିବା ପ୍ରେମ ବ୍ୟକ୍ତ କଲେ ପାରସ୍‌, ମିଳିଲା ଏପରି ଜବାବ..

ବମ୍ବେ: ବିଗ୍‌ବସ୍‌-୧୩ ସିଜନ୍‌ର ଅନ୍ୟତମ ଚର୍ଚ୍ଚିତ କପଲ ଥିଲେ ପାରସ୍‌ ଛାବଡା-ମାହିରା ଶର୍ମା। ଏବେ ମଧ୍ୟ ଉଭୟ ଉଭୟଙ୍କର ଭଲ ବନ୍ଧୁ ଅଛନ୍ତି। ଶୋ’ରୁ ବାହାରିବା ପରେ ଏକାଧିକ ଭିଡିଓରେ ଉଭୟ କାମ କରିଛନ୍ତି। ଏବେ ତାଙ୍କର ତୃତୀୟ ଗୀତ ଆସିବାକୁ ଯାଉଛି।

ଗୀତର ଶୁଟିଂ ଏବେ ଚାଲିଥିବା ବେଳେ ପାରସ-ମାହିରାଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏଥିରେ ପାରସ୍‌ ଆଣ୍ଠୁମାଡି ବସି ମାହିରାଙ୍କୁ ପ୍ରପୋଜ୍‌ କରିଥିବା ଦେଖାଯାଉଛି। ମାହିରା ମଧ୍ୟ ନିଜର ସମ୍ମତି ଥିବା କହୁଛନ୍ତି। କେହି କେହି ଏହାକୁ ଗୀତର ଅଂଶ ବୋଲି କହୁଥିବା ବେଳେ କେହି ସତରେ ପାରସ୍‌ ଏଭଳି କରିଥିବା କହୁଛନ୍ତି।

ବିଗ୍‌ବସ୍‌ରେ ପାରସ ଏବଂ ମାହିରାଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ପ୍ରଥମ ଦିନରୁ ଉଭୟ ଏକାଠି ଥିଲେ। ନିକଟରେ ଏକ ପୋଷ୍ଟ ଶେୟାର କରି ମାହିରାଙ୍କୁ ତାଙ୍କ ଜୀବନରେ ଆସିବାକୁ ନେଇ ଧନ୍ୟବାଦ ଦେଇଥିଲେ ପାରସ୍‌।

Share