ଅଭିନେତାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼: ଶୁଟିଂ ସେଟ୍‌ରେ ଥିବା ବେଳେ ଖବର ମିଳିଲା…

ବମ୍ବେ: ଅଭିନେତା ପାରସ କଲନାଓ୍ବତଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼। ହୃଦଘାତରେ ତାଙ୍କର ପିତାଙ୍କ ମୃତ୍ୟୁ ହୋଇଛି। ସେ ଅନୁପମାର ଶୁଟିଂ ଶେଟ୍‌ରେ ଥିବା ବେଳେ ପିତାଙ୍କ ଅସୁସ୍ଥତା ନେଇ ଖବର ପାଇଥିଲେ। ତାଙ୍କ ମା’ କାନ୍ଦି କାନ୍ଦି ଡାକ୍ତରଖାନା ନିଆଯାଇଥିବା ଜଣାଇଥିଲେ। ଏହାଶୁଣି ତତ୍‌କ୍ଷଣାତ ସେ ଗାଡ଼ି ଧରି ବାହାରିଯାଇଥିଲେ। ମାତ୍ର ପହଞ୍ଚିବା ବେଳକୁ ବହୁତ ଡେରି ହୋଇଯାଇଥିଲା। ଶେଷଥର ପାଇଁ ବାପା ଦେଖିପାରି ନ ଥିବାରୁ ସେ ଭାଙ୍ଗି ପଡ଼ିଛନ୍ତି।

ଶନିବାର ଅପରାହ୍ନରେ ପାରସଙ୍କ ନିକଟକୁ ଫୋନ୍‌ ଆସିଥିଲା। ଲିଫ୍ଟରେ ପଡ଼ିଯିବା ଯୋଗୁ ବାପା ଗୁରୁତର ହୋଇଥିବା ନେଇ ମା’ ଜଣାଇଥିଲେ। ତାଙ୍କ ସହ ଅନ୍ୟ ସହକଳାକାର ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ନିକଟରେ କରୋନାରେ ସଂକ୍ରମିତ ହୋଇଥିଲେ ପାରସ। ଏଥିପାଇଁ ସେ ଘରେ ରହୁଥିଲେ। ସେତେବେଳେ ତାଙ୍କ ବାପାଙ୍କର କରୋନା ଟେଷ୍ଟ କରାଯାଇଥିଲା। ସେ ମଧୁମେହରେ ପୀଡ଼ିତ ଥିବା ଯୋଗୁ ପାରସ ଚିନ୍ତାରେ ଥିଲେ। ହେଲେ ସେ ସଂକ୍ରମିତ ନ ଥିବା ଜଣାପଡ଼ିଥିଲା। ହେଲେ ହଠାତ୍‌ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ଚକିତ କରିଦେଇଛି।

Share