ଜଳ ସଂରକ୍ଷଣରେ ଉଦାହରଣ ପାଲଟିଛି ପାରସତରାଇ

ଭୁବନେଶ୍ୱର,୩୦ା୯(ଅନୁରାଧା ମହାରଣା): ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଇ ଚାଲିଥିବାବେଳେ ଏହା ଏକ ବୈଶ୍ୱିକ ସମସ୍ୟାରେ ପରିଣତ ହୋଇଛି। ଏପରି ସ୍ଥିତିରେ ଛତିଶଗଡ଼ ଧାମତାରୀ ଜିଲାର ଏକ ଛୋଟ ଗାଁ ପାରସତରାଇ ଜଳ ସଂରକ୍ଷଣ କ୍ଷେତ୍ରରେ ଉଦାହରଣ ପାଲଟିଛି। ମରୁଡ଼ି ପ୍ରବଣ ଅଞ୍ଚଳ ହୋଇଥିଲେ ମଧ୍ୟ ଜଳ ସଂରକ୍ଷଣ ଦ୍ୱାରା କୃଷି କ୍ଷେତ୍ର ଶସ୍ୟ ଶ୍ୟାମଳା ହୋଇପାରୁଛି। ରାୟପୁରରୁ ୮୦ କିମି ଦକ୍ଷିଣରେ ଅବସ୍ଥିତ ଏହି ଗାଁର କୃଷକ କେବଳ ଜଳସଂରକ୍ଷଣ ନୁହେଁ, ବରଂ ବର୍ଷକରେ ଏକାଧିକ ଫସଲ ଉପତ୍ାଦନ କରି ସବୁଜ ବିପ୍ଳବ କ୍ଷେତ୍ରରେ ନୂଆ ପରିଚୟ ସୃଷ୍ଟି କରିଛନ୍ତି। ସ୍ଥାନୀୟ କୃଷକଙ୍କ କୃତିତ୍ୱକୁ ନେଇ ଅକ୍ଟୋବର ୫ ଓ ୬ ତାରିଖରେ ଛତିଶଗଡ଼ର ରବିଶଙ୍କର ସାଗର ବା ଗ୍ୟାଙ୍ଗରେଲ୍‌ ଡ୍ୟାମ୍‌ ଅଞ୍ଚଳରେ ୨ ଦିନିଆ ଅନ୍ତର୍ଜାତୀୟ ଜଳ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି।
୨୦୨୨ ମସିହାରେ ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ସମ୍ପୃକ୍ତ ଅଞ୍ଚଳରେ ଜଳ ଅଭାବ ଚିହ୍ନଟ ହୋଇଥିଲା। ୪ଟି ଡ୍ୟାମ୍‌ ଘେରି ରହିଥିଲେ ମଧ୍ୟ ସମ୍ପୃକ୍ତ ସ୍ଥାନରେ ଜଳସ୍ତର ହ୍ରାସ ପାଇବା ଚିନ୍ତାର କାରଣ ପାଲଟିଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ଉଭୟ ରବି ଓ ଖରିଫ ଋତୁରେ କେବଳ ଧାନ ଚାଷ ପରିବର୍ତ୍ତେ ଅନ୍ୟ ଫସଲ କରିବାକୁ ଧାମତରୀ ପ୍ରଶାସନ ଅଣ୍ଟା ଭିଡ଼ିଥିଲା। ଏଥିପାଇଁ କୃଷକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଫଳରେ କୃଷକମାନେ ଖରିଫ ଋତୁରେ ଧାନଚାଷ ଓ ରବି ଋତୁରେ ଡାଲି ଓ ତୈଳବୀଜ ଜାତୀୟ ଫସଲ ଚାଷ କରିବା ଆରମ୍ଭ କରିଥିଲେ। ଏହି ଚାଷରେ ଅପେକ୍ଷାକୃତ କମ୍‌ ଜଳର ଆବଶ୍ୟକତା ହେଉଥିବାରୁ ଜଳ ସଂରକ୍ଷଣର ଏହା ଅନ୍ୟତମ ମାଧ୍ୟମ ପାଲଟିଥିଲା। ଏହାସହ ନଳକୂପ ଖନନ ହ୍ରାସ କରାଯିବା ସହ ବର୍ଷାଜଳ ଅମଳକୁ ଗୁରୁତ୍ୱ ଦିଆଯାଇଥିଲା। ସେହିଭଳି ବେଆଇନ ଗଛ କଟା ରୋକିବା ପାଇଁ ଗଛଗୁଡିକୁ ନମ୍ବରିଂ କରାଯିବା ସହ ପ୍ଲାଷ୍ଟିକ୍‌ ବ୍ୟବହାରକୁ ନିୟନ୍ତ୍ରଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇଙ୍କ ସରକାର ଜଳ ଜାଗର ଅଭିଯାନକୁ ତ୍ୱରାନ୍ବିତ କରିଥିଲା।
ସୂଚନା ଥାଉକି, ପରାସତରାଇ ଗ୍ରାମରେ ୩୦୦ ପରିବାରର ପ୍ରାୟ ୧୫୦୦ ଲୋକ ବସବାସ କରନ୍ତି। ସରକାରୀ ଯୋଜନା ଲାଭ ଉଠାଇବା ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କ ଦ୍ୱାରା ପ୍ରୋତ୍ସାହିତ କରାଯାଉଛି। ସେହିପରି ରବି ଋତୁରେ କୌଣସି କୃଷକ ଧାନ ଚାଷ କଲେ ତାଙ୍କୁ ଏକର ପିଛା ୨୭ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିଥାଏ। ସେହିପରି ରବି ଋତୁରେ ଧାନବିଲରୁ ପାଣି ଯାଇ କୌଣସି ଚାଷୀଙ୍କ ତୈଳବୀଜ କିମ୍ବା ଡାଲିଜାତୀୟ ଫସଲ ବିଲରେ ପ୍ରବେଶ କଲେ ଅତିରିକ୍ତ ୩୭ ହଜାର ଟଙ୍କା ଜରିମାନା ହୋଇଥାଏ। ପରାସତରାଇର ଏପରି ଜଳସଂକ୍ଷଣ ଓ ଚାଷପ୍ରକିୟାକୁ ଆଖପାଖର ରଣଓ୍ବା, ଖରତୁଳି, ପୋଟିୟାଡିହ, ଲୋହର୍ସି, ବାଗତରାଇ ଆଦି ଗାଁ ଅନୁସରଣ କରୁଥିବା ସ୍ଥାନୀୟ ସରପଞ୍ଚ ପରମାନନ୍ଦ ଆଦିଲ କହିଛନ୍ତି। ପରାସତରାଇର ଏହି ସଫଳତା ଶ୍ରେୟ ସମ୍ପୂର୍ଣ୍ଣ ଭାବେ ଗ୍ରାମବାସୀଙ୍କର ବୋଲି ଧାମତାରୀ ଜିଲାପାଳ ନମ୍ରତା ଗାନ୍ଧୀ କହିଛନ୍ତି। ବର୍ତ୍ତମାନ ଏହି ଗାଁରେ ମା’ ପାଇଁ ଗଛଟିଏ ଅଭିଯାନରେ ଚାରାରୋପଣକୁ ବ୍ୟାପକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳାସପୂର୍ଣ୍ଣ କାର ନିର୍ମାତାଙ୍କ ପାର୍ବଣ ଉପହାର

ଭୁବନେଶ୍ୱର,୩୦।୯: ଚଳିତ ପାର୍ବଣ ପୂର୍ବରୁ ବିଳାସପୂର୍ଣ୍ଣ କାର ର୍ନିମାତାଗୁଡିକଙ୍କ ପକ୍ଷରୁ ଫେଷ୍ଟିଭ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ପାର୍ବଣ ଋତୁରେ ଗାଡି ବ୍ରିକି ବୃଦ୍ଧି...

ପିଜିଆଇର ଏମ୍‌ଏସ୍‌ ଧୋନି ସିଗ୍‌ନେଚର କଲେକ୍ସନ

ଭୁବନେଶ୍ୱର,୩୦।୯: ପ୍ଲାଟିନମ ଗିଲ୍‌ଡ ଇଣ୍ଟରନ୍ୟାଶନାଲ ବା ପିଜିଆଇ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ସୁକ୍ଷ୍ମ କାରିଗରିରେ ନିର୍ମିତ ମେନ୍‌ ଅଫ ପ୍ଲାଟିନମ୍‌ ଏମ୍‌ଏସ୍‌ ଧୋନି ସିଗ୍‌ନେଚର...

ଅଲ୍‌ ଓଡ଼ିଶା ସେଲ୍ଫ୍‌ ଫାଇନାନ୍‌ସିଂ କଲେଜ ସଂଘର ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର,୩୦।୯ (ଅଭୟ ଦାଶ): ଅଲ୍‌ ଓଡ଼ିଶା ସେଲ୍ଫ୍‌ ପାଇନାନ୍‌ସିଂ କଲେଜର ବାର୍ଷିକ ସମ୍ମିଳନୀ ଭୁବନେଶ୍ୱରର ହୋଟେଲ୍‌ ପୁଷ୍ପକ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସାଧାରଣ ସଭା...

ଟିବିବିଡି-୨୪ ପ୍ରାରମ୍ଭରେ ୩୩ କୋଟିରୁ ଅଧିକ ଉପଭୋକ୍ତା ପରିଦର୍ଶନ

ଭୁବନେଶ୍ୱର,୩୦।୯: ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ‘ଫ୍ଲିପ୍‌କାର୍ଟ’ର ବହୁ ପ୍ରତୀକ୍ଷିତ ଦ ବିଗ୍‌ ବିଲିୟନ ଡେଜ୍‌ (ଟିବିବିଡି)ର ୧୧ତମ ସଂସ୍କରଣ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏପରିକି ଫ୍ଲିପ୍‌କାର୍ଟ...

ୟୁଏସ୍‌ ପୋଲୋର ନୂତନ ଆଉଟଲେଟ

ଭୁବନେଶ୍ୱର,୩୦।୯: ଭାରତର ଅଗ୍ରଣୀ କାଜୁଆଲ୍‌ ଓୟାର ବ୍ରାଣ୍ଡ୍‌ ତଥା ବିଶ୍ୱପ୍ରସିଦ୍ଧ ୟୁନାଇଟେଡ୍‌ ଷ୍ଟେଟ୍ସ ପୋଲୋ ଆସୋସିଏଶନ୍‌ (ୟୁଏସ୍‌ପିଏ)ର ରିଟେଲ ଚେନ ୟୁଏସ୍‌ ପୋଲୋ ଆସୋସିଏଶନ ବା...

ଅଣ ବାସ୍‌ମତି ଚାଉଳ ରପ୍ତାନି ଉପରୁ କଟକଣା ହଟିଲା

ଭୁବନେଶ୍ୱର,୨୯।୯(ଅନୁରାଧା ମହାରଣା): ଅଣ ବାସ୍‌ମତି ଚାଉଳ ରପ୍ତାନି ଉପରେ କେନ୍ଦ୍ର ସରକାର ଲଗାଇଥିବା କଟକଣା ଶନିବାର ହଟାଇଦିଆଯାଇଛି। ତେବେ ଟନ୍‌ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ...

ଲକ୍ଷେ ଟପିଲା ରୁପା ଦର

ଭୁବନେଶ୍ୱର,୨୮।୯: (ଅଭୟ ଦାଶ): ପାର୍ବଣ ପୂର୍ବରୁ ପାରମ୍ପରିକ ଅଳଙ୍କାରଠାରୁ ମୂଲ୍ୟବାନ୍‌ ଗହଣାର ଦାମ୍‌ ରେକର୍ଡସ୍ତରରେ ପହଞ୍ଚତ୍ଛି। ଏପରିକି ଉଭୟ ଜାତୀୟ ଓ ଘରୋଇ ବଜାରରେ ସୁନା ଦର...

ଖସିଲା ଶେୟାର ବଜାର

ନୂଆଦିଲ୍ଲୀ,୨୮।୯: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri