ବନ୍ଦ ହେଲା ପାର୍ସଲ, ଲଗେଜ୍‌ ଟ୍ରାଫିକ୍‌

ଯାଜପୁର,୨୨ା୧୧(ହର୍ଷବର୍ଦ୍ଧନ ବେହେରା): ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେନ୍ଦୁଝର ରୋଡ଼ ରେଳ ଷ୍ଟେଶନକୁ ଅଣଦେଖା କରୁଥିବା ଅଭିଯୋଗର ସତ୍ୟତା ଏବେ ବାରି ହୋଇ ପଡୁଛି। ଦୀର୍ଘବର୍ଷ ହେଲା କାର୍ଯ୍ୟକ୍ଷମ ଥିବା ପାର୍ସଲ ଏବଂ ଲଗେଜ୍‌ ଟ୍ରାଫିକକୁ ରେଳବିଭାଗ ପକ୍ଷରୁ ଆସିଷ୍ଟାଣ୍ଟ କମର୍ସିଆଲ ମ୍ୟାନେଜର ଜି.ଆର. ନାୟକ ୧୯ା୧୧ା୨୦୨୪ରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ଅବହେଳା ଜଳଜଳ ହୋଇ ଦିଶୁଛି। ଯାଜପୁର ରୋଡ଼ ଷ୍ଟେଶନକୁ ଡିଭିଜନ ମାନ୍ୟତା, ଦକ୍ଷିଣ ପାର୍ଶ୍ୱରେ ପାର୍କିଂ ଓ ଟିକେଟ୍‌ ଗୃହ, ଫ୍ଲାଏ ଓଭର ବ୍ରିଜ ନିର୍ମାଣ, ସମସ୍ତ ଦ୍ରୁତଗାମୀ ଟ୍ରେନ ରହଣୀ, ଜିଆରପି ଥାନା ମାନ୍ୟତା ଇତ୍ୟାଦି ଦାବିଗୁଡିକର ପୂରଣ ଓ ଭିତ୍ତିଭୂମିର ବିକାଶ କରିବା ପରିବର୍ତ୍ତେ ପାର୍ସଲ ଓ ଲଗେଜ୍‌ ବ୍ୟବସ୍ଥାକୁ ବନ୍ଦ କରିବା ଖବରକୁ ଅଞ୍ଚଳବାସୀ ସହଜରେ ଗ୍ରହଣ କରି ପାରିନାହାନ୍ତି। ଏନେଇ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
କେନ୍ଦ୍ର ସରକାର ଯାଜପୁର ଜିଲାର କଳିଙ୍ଗନଗରକୁ ଏସିଆର ବୃହତ୍‌ ଶିଳ୍ପ ହବ୍‌ ବୋଲି ଘୋଷଣା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯାଜପୁରରେ ଏକ ରେଳୱେ ଡିଭିଜନ ସ୍ଥାପନ ପାଇଁ ପୂର୍ବରୁ ଅନୁରୋଧ କରିଥିଲେ। ଏଥିସହିତ ଏଠାରେ ଆବଶ୍ୟକୀୟ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜିଲାରେ ବିଶ୍ୱର ୯୮ ପ୍ରତିଶତ କ୍ରୋମାଇଟ ସହିତ ବିପୁଳ ପରିମାଣରେ ଖଣିଜ ସଂପଦ ଭରପୁର ରହିଛି। ଏହାବାଦ୍‌ ଜିଲାରେ ପର୍ଯ୍ୟଟନର ସୁବିଧା ରହିଛି। ଏବେ ଜିଲାରେ ୪ଟି ଜଙ୍କଶନ ଓ ୨୧ଟି ରେଳ ଷ୍ଟେଶନ ରହିଛି। ପଡ଼ୋଶୀ ଜିଲାରେ ରହିଥିବା ଧାମରା ଓ ପାରାଦୀପ ବନ୍ଦର ସହ ବାଣିଜି୍ୟକ କାରବାର ବୃଦ୍ଧି ପାଇଁ ଏହି ଡିଭିଜନର ଆବଶ୍ୟକତା ରହିଛି। ଉତ୍ତର ଓଡ଼ିଶାରେ ଯାଜପୁର ଦେଇ ଯାଇଥିବା ରେଳପଥ ଦୀର୍ଘତମ। ୫ ଟି ନୂତନ ରେଳପଥ ନିର୍ମାଣ କରିବାକୁ ସର୍ଭେ ଶେଷ ହୋଇଛି। ୭ଟି ଗୁଡସ୍‌ ସେଡ୍‌ ଏଠାରେ କାମ କରୁଛି। ଯାଜପୁର ହାୱାଡା-ଚେନ୍ନାଇ ମୁଖ୍ୟଲାଇନ ସହିତ ଯଖପୁରା-ନୟାଗଡ, ହରିଦାସପୁର-ପାରାଦୀପ, ଅନୁଗୋଳ-ସୁକିନ୍ଦା, ଟମକା-ଦୈତାରୀ ଏବଂ ସୁକିନ୍ଦା-ଯାଜପୁରରୋଡ ଆଦି ରେଳପଥ ରହିଛି। ଭୌଗୋଳିକ ଦୃଷ୍ଟିକୋଣରୁ ଶିଳ୍ପାଞ୍ଚଳ, ପର୍ଯ୍ୟଟନସ୍ଥଳୀ, ଖଣି ରହିଛି। ତେଣୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନକୁ ଡିଭିଜନ ମାନ୍ୟତା ଦାବି ନେଇ ଆନ୍ଦୋଳନ ଜାରି ରହିଛି। ତଥାପି ଲୋକଙ୍କ ଭାବାବେଗ ସହ ଖେଳ ଖେଳି ଏହି ଷ୍ଟେଶନର ଉନ୍ନତି ପରିବର୍ତ୍ତେ ଅବନତି କରାଯାଉଛି ବୋଲି ଅଭିଯୋଗ ହେଉଛି। କେନ୍ଦୁଝର-ଖୋର୍ଦ୍ଧା ରୋଡ଼ ମେମୁ ଟ୍ରେନକୁ ସମ୍ପ୍ରସାରଣ, ନୂତନ ପାଦଚଳା ବ୍ରିଜରେ ଲିପ୍ଟ ଏବଂ ବୈଦ୍ୟୁତିକ ସିଡି ସ୍ଥାପନ, ଦ୍ରୁତଗ୍ରାମୀ ଟ୍ରେନ ରହଣୀ ଇତ୍ୟାଦି ଦାବି ପୁରଣ କରିବାରେ କେନ୍ଦ୍ର ସରକାର ବିଫଳତା ରହିଛି। ୧୨୮ ବର୍ଷ ପୁରୁଣା ଏହି ଷ୍ଟେଶନରେ ଏବେ ବି ହମ୍‌ସଫର, ଦୁରନ୍ତ, ରାଜଧାନୀ ଆଦି ସୁପରଫାଷ୍ଟ ଓ ସ୍ପେଶିଆଲ ଟ୍ରେନ ରହଣୀ ନ ଥିବାରୁ ଚାକିରିଆ, ଛାତ୍ରୀଛାତ୍ର, ବ୍ୟବସାୟୀ, ରୋଗୀ, ଶିଳ୍ପ କାରଖାନା କର୍ମଚାରୀ ପ୍ରମୁଖ ରେଳସେବାରୁ ବଞ୍ଚିତ ରହୁଛନ୍ତି। ଉପରୋକ୍ତ ସମସ୍ତ ଦ୍ରୁତଗାମୀ ଟ୍ରେନ ସେବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବାଧ୍ୟ ହୋଇ କଟକ, ଭୁବନେଶ୍ୱର ଓ ଭ୍ରଦକ ଷ୍ଟେଶନ ଉପରେ ନିର୍ଭର କରୁଛନ୍ତି। ଏହି କ୍ରମରେ ପାର୍ସଲ ଓ ଲଗେଜ୍‌ ଟ୍ରାଫିକ ବନ୍ଦ ହେଲେ ଏଠାକାର ଯାତ୍ରୀମାନେ ନିଜର ସାମଗ୍ରୀ ନେଇଯିବା ଏବଂ ପଠାଇବାକୁ ଭଦ୍ରକ ଓ କଟକ ଷ୍ଟେଶନ ଉପରେ ନିର୍ଭର କରିବାକୁ ପଡିବ। ତେଣୁ ତୁରନ୍ତ ଉକ୍ତ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri