ନିଜ ସନ୍ତାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ବ୍ୟକ୍ତି, ମାଗିଲେ ଅନୁମତି

ନ୍ୟୁୟର୍କ, ୧୫।୪: ଆମେରିକାର ନ୍ୟୁୟର୍କରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସନ୍ତାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଆଇନର ସହାୟତା ଲୋଡିଛନ୍ତି। ଅଦାଲତରେ ଏକ ମାମଲା ଦାୟର କରି ସେ କହିଛନ୍ତି, କୋର୍ଟ ତାଙ୍କ ବିବାହକୁ ସ୍ବୀକୃତି ଦେଉ। ସୂଚନାଯୋଗ୍ୟ, ଏନେଇ ନ୍ୟୁୟର୍କର ମ୍ୟାନହଟ୍ଟନ ଫେଡେରାଲ କୋର୍ଟରେ ଏକ ପିଟିସନ ଦାଖଲ କକରାଯାଇଛି। ତାଙ୍କ ଆବେଦନରେ ବ୍ୟକ୍ତି ଜଣକ କହିଛନ୍ତି ଯେ, ସେ ନିଜ ସନ୍ତାନ ପ୍ରେମରେ ପଡିଛନ୍ତି। ଏଥିପାଇଁ ବିବାହ ପ୍ରସ୍ତାବ ଦେବାକୁ ଚାହୁଁଛନ୍ତି କିନ୍ତୁ ସେ ଭୟ କରୁଛନ୍ତି ଯେ ସମାଜ ତାଙ୍କୁ ବିରୋଧ କରିବ। ତେଣୁ ସେ ଚାହୁଁଛନ୍ତି ଯେ ତାଙ୍କୁ ନିଜ ସନ୍ତାନକୁ ବିବାହ କରିବାକୁ କୋର୍ଟ ଅନୁମତି ଦିଅନ୍ତୁ, ଯାହାଫଳରେ ସେ ଭବିଷ୍ୟତରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। କୋର୍ଟରେ ନିଜ ସନ୍ତାନକୁ ବିବାହ କରିବାକୁ ଅନୁମତି ମାଗୁଥିବା ବ୍ୟକ୍ତି ନିଜର ପରିଚୟ ପ୍ରକାଶ କରି ନାହାଁନ୍ତି, କାରଣ କୋର୍ଟରେ ତାଙ୍କର ଆବେଦନ ନୈତିକ ତଥା ସାମାଜିକ ଭାବରେ ଘୃଣ୍ୟ ବୋଲି ବିବେଚନା କରାଯାଇପାରେ। ପିଟିଶନରେ ଲିଙ୍ଗ ପ୍ରକାଶ କରାଯାଇ ନାହିଁ। ପରିଚୟ ଲୁଚାଇବାର ସବୁଠାରୁ ବଡ କାରଣ ହେଉଛି ଏଭଳି ମାମଲା ସମାଜରେ ଆଗରୁ ଆସିନାହିଁ।

Share