ନବଜାତ ଶିଶୁମାନେ ଅଧିକ କାନ୍ଦନ୍ତି, କିନ୍ତୁ ଆମେରିକାରେ ଜଣେ ପିତାମାତା ଯାହା କରିଛନ୍ତି ତାହା ଜାଣି ଆପଣ ସେମାନଙ୍କୁ ପ୍ରଶଂସା ନ କରି ରହିପାରିବେନି। ଯୁକ୍ତରାଷ୍ଟ୍ରରେ, ଏକ ଦମ୍ପତି ରାତିରେ କାନ୍ଦୁଥିବା ଶିଶୁ ଲାଗି ପଡ଼ୋଶୀମାନଙ୍କୁ କ୍ଷମା ମାଗିଛନ୍ତି। ବର୍ତ୍ତମାନ ଏହି ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଅଭିଭାବକ, ମାଥ୍ୟୁ ଏବଂ କେଲି ୱାର୍ଡ ଏହି ଚିଠିରେ ଲେଖିଛନ୍ତି ଯେ, “ଅନେକ ନିଦ୍ରାହୀନ ରାତି ପରେ, ୪ ମାସ ଧରି ଏହି ସବୁ ଯନ୍ତ୍ରଣା ଭୋଗିଥିବାରୁ ଆପଣଙ୍କୁ ଧନ୍ୟବାଦ”, ପଡୋଶୀମାନଙ୍କୁ ମଧ୍ୟ ଏହି ସମସ୍ୟା ଦୂର କରିବାକୁ ସୂଚନା ଦେଇଛନ୍ତି। ଏଥିପାଇଁ ସେମାନେ ଏକ ପଦ୍ଧତି ମାଧ୍ୟମରେ ପିଲାଙ୍କୁ ବଢ଼ାଉଛନ୍ତି। ଏହା ମାଧ୍ୟମରେ ପିଲା ଶୋଇବା ଶିଖେ।
ଚିଠିରେ କୁହାଯାଇଛି ଯଦି ତୁମେ କାନ୍ଦୁଛ ଦୟାକରି ମୋ ପାଇଁ ପ୍ରାର୍ଥନା କର ଏବଂ ଜାଣ ଯେ ମୁଁ ମଧ୍ୟ କାନ୍ଦୁଛି ଏବଂ ପାଗଳ ହୋଇଯାଉଛି। ଅସୁବିଧା ପାଇଁ ମୁଁ ବହୁତ ଦୁଃଖିତ, ଏହି ସମସ୍ୟା ଅଧିକ ଦିନ ରହିବ ନାହିଁ। ସେ ପଡ଼ୋଶୀମାନଙ୍କୁ ତାଙ୍କ ଘର ଭୋଜି ପାଇଁ ନିମନ୍ତ୍ରଣ କରିଥିଲେ। ଏହି ଚିଠି ପାଇବା ପରେ ଆପାର୍ଟମେଣ୍ଟରେ ଥିବା ଜଣେ ପଡ଼ୋଶୀ ଟୁଇଟରରେ ଏକ ଫଟୋ ଶେୟାର କରିଥିଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପଡ଼ୋଶୀ ଅମ୍ବର ବେନେଟ ଲେଖିଛନ୍ତି, ମୁଁ ତାଙ୍କୁ ପିଲା ପାଇଁ ଶୋଇ ପାରୁ ନ ଥିବା ହେତୁ ଥକ୍କାପଣକୁ ଦୂର କରିବା ପାଇଁ କିଛି କୁକିଜ୍ ପ୍ରସ୍ତୁତ କରି ଦେବାକୁ ଯାଉଛି। ଏହି ଚିଠି ଦିଆନିଆ ପରେ ତାଙ୍କ ଭିତରେ ଭଲ ସମ୍ପର୍କ ଗଢ଼ି ଉଠିଥିବା କୁହାଯାଉଛି।