ବିଷ ପିଇ ମା’ବାପାଙ୍କ ମୃତ୍ୟୁ: ପୁଅ ଗୁରୁତର

କଟକ,୪।୮: କଟକ ସିଡିଏରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ରବିବାର ରାତିରେ ବିଷ ପିଇ ଗୋଟିଏ ପରିବାରର ୩ଜଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ମା’, ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ମିଳିଥିବା ସୂଚନା ମୁତାବକ, କଟକ ସିଡିଏରେ ରହୁଥିବା ମା’, ବାପା ଏବଂ ପୁଅ ବିଷ ପିଇ ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମା’, ବାପାଙ୍କ ମୃତ୍ୟୁ ଘଟିଛି। ପୁଅ ସେଠାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷେ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ।