Categories: Uncategorized

ଏମିତି ଦେଶ, ଯେଉଁଠି ସନ୍ତାନ ଜନ୍ମ ଦେଲେ ପିଲା ପିଛା ମିଳେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ସନ୍ତାନ ଜନ୍ମ ଦେଲେ ମାତାପିତାଙ୍କୁ ପୁରସ୍କାର ସ୍ବରୂପ ମିଳିଥାଏ ଲକ୍ଷାଧିକ ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଦେଶ ହେଉଛି ଫିନ୍‌ଲ୍ୟାଣ୍ଡ। ଏଠାକାର ଲେଷ୍ଟିଜାରଓ୍ବିରେ ସନ୍ତାନ ଜନ୍ମ ହେଲେ ପ୍ରତି ପିଲା ପିଛା ୧୦ ହଜାର ୟୁରୋ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୭ ଲକ୍ଷ ୮୬ ହଜାର ଟଙ୍କା ମିଳିଥାଏ। ଏହି ଗାଁରେ ବର୍ଷକ ଭିତରେ ମାତ୍ର ଜଣେ ଶିଶୁ ଜନ୍ମ ନେଇଥିଲା। ତେଣୁ ଲେଷ୍ଟିଜାର୍‌ଓ୍ବିର ନଗରପାଳିକା ‘ବେବି ବୋନସ୍‌’ ନାମକ ଏକ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁସାରେ ଶିଶୁଟିଏ ଜନ୍ମ ନେଲେ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଅର୍ଥ ପ୍ରଦାନ କରାଯିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୨୦୧୩ରୁ ଏହି ଯୋଜନା ଆରମ୍ଭ ହେବା ପରେ ଆଜି ପର୍ଯ୍ୟନ୍ତ ୬୦ ଶିଶୁ ଜନ୍ମ ହୋଇଛନ୍ତି। କିନ୍ତୁ ଏହାର ୭ ବର୍ଷ ପୂର୍ବରୁ ଏଠାରେ ମାତ୍ର ୩୮ ଜଣ ଶିଶୁ ଜନ୍ମ ନେଇଥିଲେ। ଯାହା ଚିନ୍ତାଜନକ ଥିଲା। ଏହି ଗାଁରେ ବର୍ତ୍ତମାନ ୮୦୦ ଲୋକ ବାସ କରୁଛନ୍ତି। ପ୍ରଶାସନ ପକ୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ଏହି ଜନସଂଖ୍ୟା ବୃଦ୍ଧି ଘଟିଛି।