ପିଲା ଗାଡ଼ି ଚଳାଇଲେ ମା’ବାପାଙ୍କୁ ଜେଲ

କଟକ,୩୦ା୭ (କାର୍ତ୍ତିକ ସାହୁ):ଏଣିକି ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ଗାଡ଼ି ଚାଳନା ଉପରେ ଲାଗିବ ରୋକ୍‌। ଏହି ପିଲାମାନେ ଗାଡ଼ି ଚଳାଉଥିବାବେଳେ ଧରାପଡ଼ିଲେ ସେମାନଙ୍କ ମା’ ବାପା ଜେଲ ଯିବେ। ଏଥିସହ ସମ୍ପୃକ୍ତ ପିଲାଙ୍କୁ ୨୫ ବର୍ଷ ନ ହେବା ପର୍ଯ୍ୟନ୍ତ କୌଣସି ଡ୍ରାଇଭିଂ ଲାଇଲେନ୍ସ ପ୍ରଦାନ କରାଯିବ ନାହିଁ। ସେହିପରି ମା’ ବାପା କିମ୍ବା ଅଭିଭାବକ ଗାଡ଼ି ଦେଇଥିଲେ ସେମାନଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ଏମ୍‌ଭି ଆକ୍ଟ ୧୯୯(କ) ଧାରା ଅନୁଯାୟୀ ରହିଥିବା ଦଣ୍ଡବିଧାନ ବ୍ୟବସ୍ଥା ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)। ସୋମବାରଠାରୁ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ଧରପଗଡ଼ ଅଭିଯାନ। ରାଜ୍ୟର ୩୫ଟି ଆର୍‌ଟିଓ ଏବଂ ୩ଟି ଏଆର୍‌ଟିଓ ଅଧୀନରେ ଏହି ଅଭିଯାନ ଆଗାମୀ ୩ ଦିନ ଯାଏ ଚାଲିବ। ପ୍ରଥମ ଦିନରେ ମୋଟ ୧୫୩ଟି ମାମଲା ରୁଜୁ ହୋଇ ଚାଲାଣ କଟାଯାଇଥିବାବେଳେ ୬୦ଟି ଗାଡ଼ି ଜବତ କରାଯାଇଛି।
ସୂଚନା ଅନୁସାରେ, ବିଭିନ୍ନ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ) କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)ଙ୍କ ନିକଟରୁ ସୋମବାର ଅପରାହ୍ନ ୧ଟା ସୁଦ୍ଧା ମିଳିଥିବା ତଥ୍ୟ ହସ୍ତଗତ ହୋଇଛି। ଦିନତମାମ ହୋଇଥିବା ଚଢ଼ାଉର ତଥ୍ୟ ଏସ୍‌ଟିଏ ନିକଟରେ ପରବର୍ତ୍ତୀ ଦିବସରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ମିଳିଥିବା ତଥ୍ୟ ଅନୁଯାୟୀ, କଳାହାଣ୍ଡିରେ ସର୍ବାଧିକ ୧୨, ଭୁବନେଶ୍ୱର(୨)ରେ ୧୧, କଟକ ୧୦, କୋରାପୁଟରେ ୮ଟି ଚାଲାଣ କଟାଯାଇଛି। ସେହିପରି ବଡ଼ବିଲରେ ୧, ଦେବଗଡ଼ ୩, ଅନୁଗୋଳ ୬, ଢେଙ୍କାନାଳ ୪, କେନ୍ଦୁଝର ୫,
ତାଳଚେର ୩, ରାଉରକେଲା ୬, ସୁବର୍ଣ୍ଣପୁର ୫, ବଲାଙ୍ଗୀର ୬, ଝାରସୁଗୁଡ଼ା ୨, ବରଗଡ଼ ୨, ସମ୍ବଲପୁର ୨, ସୁନ୍ଦରଗଡ଼ ୧, ଭୁବନେଶ୍ୱର(୧) ୭, ନୟାଗଡ଼ ୭, ପୁରୀ ୨, କେନ୍ଦ୍ରାପଡ଼ା ୩, ଏଆର୍‌ଟିଓ ଖୋର୍ଦ୍ଧା ୩, ଫୁଲବାଣୀ ୨, ଭଞ୍ଜନଗର ୨, ଗଞ୍ଜାମ ୭, ଗଜପତି ୧, ବୌଦ୍ଧ ୨, ଯାଜପୁର ୨, ଚଣ୍ଡିଖୋଲ ୨, ଏଆର୍‌ଟିଓ ରାଇରଙ୍ଗପୁର ୬, ବାଲେଶ୍ୱର ୬, ମୟୂରଭଞ୍ଜ ୧, ନୂଆପଡ଼ା ୧, ରାୟଗଡ଼ା ୭, ନବରଙ୍ଗପୁରରେ ୫ଟି ଚାଲାଣ କଟାଯାଇଛି। ଏସବୁର ମୋଟ ସଂଖ୍ୟା ୧୫୩। ଅନ୍ୟପକ୍ଷରେ ବଡ଼ବିଲରେ ୧, ଅନୁଗୋଳ ୩, ତାଳଚେର ୩, ରାଉରକେଲା ୬, ସୋନପୁର ୫, ବଲାଙ୍ଗୀର ୬, ସୁନ୍ଦରଗଡ଼ ୧, ଭୁବନେଶ୍ୱର(୧) ୩, ନୟାଗଡ଼ ୨, ଏଆର୍‌ଟିଓ ଖୋର୍ଦ୍ଧା ୩, ଫୁଲବାଣୀ ୨, ଗଞ୍ଜାମ ୨, ଗଜପତି ୧, ଚଣ୍ଡିଖୋଲ ୨, ଏଆର୍‌ଟିଓ ରାଇରଙ୍ଗପୁର ୨, ବାଲେଶ୍ୱର ୫, ମୟୂରଭଞ୍ଜ ୧, ନୂଆପଡ଼ା ୧, କଳାହାଣ୍ଡି ୪ ଏବଂ ରାୟଗଡ଼ାରେ ୭ଟି ଗାଡ଼ି ଜବତ ହୋଇଛି। ଏସବୁ ସଂଖ୍ୟା ମିଶି ୬୦। ତେବେ ୧୫୩ଟି ମାମଲା ମଧ୍ୟରୁ ୯୩ଟି ମାମଲାରେ କୌଣସି କାରଣରୁ ଗାଡ଼ି ଜବତ ହୋଇପାରିନାହିଁ, କେବଳ ଚାଲାଣ କଟାଯାଇଛି। ସାରା ରାଜ୍ୟରେ ନାବାଳକ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଅଭିଯାନ ଚାଲିଥିବା ବେଳେ ସୋମବାର ଅପରାହ୍ନ ୧ଟା ପର୍ଯ୍ୟନ୍ତ କେତେକ ଆର୍‌ଟିଓଙ୍କ ପକ୍ଷରୁ କୌଣସି ମାମଲା ରୁଜୁ ହୋଇପାରି ନ ଥିବା ଜଣାପଡ଼ିଛି। ସେଗୁଡ଼ିକ ହେଲା- ଜଗତ୍‌ସିଂହପୁର, ଭଦ୍ରକ ଓ ମାଲକାନଗିରି।
ଏସ୍‌ଟିଏର ଆଡିଶନାଲ କମିଶନର ଲାଲମୋହନ ସେଠୀ କହିଛନ୍ତି, ୮/୯ ବର୍ଷ ବୟସର ପିଲାଙ୍କୁ ମା’ବାପା ଗାଡ଼ି ଚଳାଇବାକୁ ଦେଉଛନ୍ତି। ସେମାନେ କେତେ ରିସ୍କ ନେଉଛନ୍ତି। ସେମାନେ ଗାଡ଼ି ଚଳାଉଥିବା ଦେଖି ଆମକୁ ଡର ଲାଗୁଛି। ଗତବର୍ଷ ଗାଡ଼ିଚାଳନା ବେଳେ ୧୭୨ ଜଣ ନାବାଳକଙ୍କ ମୃତ୍ୟୁ ହୋଇଛି। ନାବାଳକ ଗାଡ଼ି ଚାଳନାକୁ ରାଜ୍ୟ ପରିବହନ ବିଭାଗ ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରିଛି। ତେଣୁ ଆଗାମୀ ଦିନରେ ପ୍ରତି ମାସରେ ଏଭଳି ସ୍ବତନ୍ତ୍ର ଅଭିଯାନ ଜରିଆରେ ନାବାଳକ ଗାଡ଼ି ଚାଳକଙ୍କୁ ଧରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖଣିରୁ ପରିବହନ ବନ୍ଦ ପ୍ରତିବାଦରେ ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଳକ ଉପର କାଦକଳା ଗ୍ରାମରେ ଥିବା ସିରକାଗୁଟ ଲୌହ ଓ ମାଙ୍ଗାନିଜ ଖଣି ରାସ୍ତାରେ ଆନ୍ଦୋଳନ ଯୋଗୁ ପରିବହନ କାର୍ଯ୍ୟ...

ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ; ତେବେ ଆମେରିକା, ରୁଷିଆ ଏବଂ ଚାଇନା କାହାକୁ ସମର୍ଥନ କରିବେ? ଜଣାପଡିଲା…

ନୂଆଦିଲ୍ଲୀ,୨୬।୪: ପହଲଗାମରେ ୨୨ ଏପ୍ରିଲ ୨୦୨୫ରେ ଘଟିଥିବା ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା, ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ...

ସେନାର Hit Listରେ ୧୪ ଆତଙ୍କବାଦୀ, ଘାଟିରେ ଆତଙ୍କବାଦୀଙ୍କୁ ବାଛି ବାଛି କରାଯିବ ବିନାଶ

ନୂଆଦିଲ୍ଲୀ,୨୬।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ଚିନ୍ତା ବୃଦ୍ଧି ପାଇବା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, ଗୁଇନ୍ଦା...

ଏପ୍ରିଲ ୨୯ରୁ ଜୁନ ୨୭ ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ 

ପୁରୀ ଅଫିସ,୨୬।୪: ଆସନ୍ତା ଏପ୍ରିଲ ୨୯ରୁ ଜୁନ୍‌ ୨୭ ତାରିଖ ଯାଏ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶନିବାର ଏଏସ୍‌ଆଇ...

କଟକରେ ପାକିସ୍ତାନୀ ମହିଳା, ଭାରତ ଛାଡ଼ିବା ଲାଗି କରାଗଲା ନୋଟିସ

କଟକ,୨୬।୪: ଜମ୍ମୁ କଶ୍ମୀର ପହଲଗାମରେ ନିର୍ଦ୍ଦୋଶ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ତ୍ୱରିତ ପଦକ୍ଷେପ ନେଇ...

ନିଆଁ ଲାଗି ୧୫ ବଖରା ପାଉଁଶ

ଖୋର୍ଦ୍ଧା,୨୬।୪: ଖୋର୍ଦ୍ଧା ଟାଙ୍ଗୀ ଥାନା ବିନ୍ଧାଣିଆ ଗାଁରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୫ ପରିବାରର ୧୫ ବଖରା ଘର ପୋଡି ପାଉଁଶ...

Iran Blast: ଦିନ ଦ୍ୱିପ୍ରହରରେ ଥରିଉଠିଲା ଇରାନ, ୨୦୦ରୁ ଅଧିକ ଲୋକ ଆହତ, ଜାଣନ୍ତୁ ଏହା ପଛରେ କାହାର ରହିଛି ହାତ

ଦୁବଇ,୨୬।୪: ଶନିବାର ଇରାନର ବନ୍ଦର ଆବାସ ସହରରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏଥିରେ ୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି Blast...

ଯୁଦ୍ଧ ପୂର୍ବରୁ କାଙ୍ଗାଳ ହେଲାଣି ପାକିସ୍ତାନ: ଖାଇବା ପାଇଁ ଟଣାଓଟରା, ୬ଟା ଅଣ୍ଡାର ଦାମ ୧୪୫

ଇସଲାମବାଦ,୨୬।୪: ଜମ୍ମୁ ଓ କଶ୍ମୀରର ପହଲଗାମ ଘଟିଥିବା ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା, ଏହା ପରେ ଭାରତ ଓ ପାକିସ୍ତାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image