ପୁଣିଥରେ ୟୁକ୍ରେନ ରାଡାରରେ କ୍ରିମିୟା ବ୍ରିଜ, ଆକ୍ରମଣରେ ମାତା-ପିତା ମୃତ, ଝିଅ ଗୁରୁତର

କ୍ୱିଭ,୧୭।୭: ରୁଷିଆ କବଜାରେ ଥିବା କ୍ରିମିୟା ବ୍ରିଜ ଉପରେ ପୁଣିଥରେ ୟୁକ୍ରେନ ଆକ୍ରମଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଭୋର ସମୟରେ ଏହି ବ୍ରିଜ ଉପରେ ହୋଇଥିବା ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଆହତ ହୋଇଛନ୍ତି। ଦକ୍ଷିଣ ରୁଷିଆର କ୍ରାସ୍ନୋଡାର ଅଞ୍ଚଳରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି କି ଆକ୍ରମଣର ଶିକାର ହୋଇଥିବା ଲୋକେ ଗୋଟିଏ ପରିବାରର(ମାତା, ପିତା ଓ ତାଙ୍କର ଝିଅ)। ଏଥିରେ ମାତାପିତାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅଟି ଆହତ ହୋଇଛି।

ଏହି ଘଟଣାକୁ ଦୃଷ୍ଟିରେ ରଖି ବ୍ରିଜର ଟ୍ରାଫିକ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ଯାନବାହାନର ଲମ୍ବା ଲାଇନ ଲାଗି ଯାଇଛି ବୋଲି କୁହାଯାଉଛି। କ୍ରିମିଆର ଗଭର୍ନର ସର୍ଗୋଇ ଅକସୋନୋଭ କହିଛନ୍ତି ଯେ ରୁଷିଆର କ୍ରାସନୋଦର ସହ ସଂଯୋଗ କରୁଥିବା ସେତୁର ୧୪୫ ତମ ସ୍ତମ୍ଭରେ ଏହି ଘଟଣା ଘଟିବା ପରେ କ୍ରିମିଆ ବ୍ରିଜ ଉପରେ ଯାତାୟାତ ବନ୍ଦ ରହିଛି। ସେ କହିଛନ୍ତି ଯେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତେ ବ୍ୟସ୍ତ ଅଛନ୍ତି।

Share