Posted inଖେଳ

ଭଡ଼ା ଘରେ ରହୁଛନ୍ତି ବାପା-ମା’: ଆଇପିଏଲରେ ଚମତ୍କାର କଲେ ପୁଅ

ନୂଆଦିଲ୍ଲୀ,୧।୪: ପ୍ରିୟାଂଶ ଆର୍ଯ୍ୟା ଆଇପିଏଲରେ ଡେବ୍ୟୁ କରିଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ଖେଳାଳି ଦ୍ରୁତ ୪୭ ରନ କରି ପଞ୍ଜାବ କିଙ୍ଗସକୁ ଏକ ଚମତ୍କାର ବିଜୟ ଦେଇଥିଲେ। ଏବେ ପ୍ରିୟାଂଶଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଖେଳାଳି ତାଙ୍କ ପିତାଙ୍କ ସ୍ବପ୍ନକୁ ପୂରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ବିଷୟରେ ସେ କେବେ ଭାବି ନ ଥିଲେ। ପ୍ରିୟାଂଶ ଆର୍ଯ୍ୟ ଖୁବ୍‌ଶୀଘ୍ର ତାଙ୍କ ବାପାଙ୍କ ପାଇଁ ଏକ ଘର କିଣିବାକୁ ଯାଉଛନ୍ତି।

ପ୍ରିୟାଂଶ ଆର୍ଯ୍ୟଙ୍କ ବାପା-ମା’ ଶିକ୍ଷକ, କିନ୍ତୁ ସେମାନେ ଏପର୍ଯ୍ୟନ୍ତ ନିଜର ଘର କିଣିପାରି ନାହାଁନ୍ତି। ସେ ଦିଲ୍ଲୀରେ ଏକ ଭଡା ଘରେ ରୁହନ୍ତି। କିନ୍ତୁ ଏବେ ପ୍ରିୟାଂଶ ଏହାକୁ ଖୁବ ଶୀଘ୍ର କିଣିବାକୁ ଯାଉଛନ୍ତି। ଆଇପିଏଲ ନିଲାମରେ ପ୍ରିୟାଂଶଙ୍କୁ ୩ କୋଟି ୮୦ ଲକ୍ଷ ଟଙ୍କାରେ କିଣାଯାଇଛି।

ପ୍ରିୟାଂଶଦିଲ୍ଲୀ ପ୍ରିମିୟର ଲିଗ ଯୋଗୁ ଏହି ଖେଳାଳି ଚର୍ଚ୍ଚାକୁ ଆସିଥିଲେ। ପ୍ରିୟାଂଶ ଦକ୍ଷିଣ ଦିଲ୍ଲୀ ସୁପରଷ୍ଟାର୍ସ ପାଇଁ ଖେଳିବା ସମୟରେ କେବଳ ଏକ ଚମତ୍କାର ଶତକ ମାରି ନ ଥିଲେ, ବରଂ ଏହି ଖେଳାଳି ଉତ୍ତର ଦିଲ୍ଲୀ ବୋଲର ମନନ ଭରଦ୍ୱାଜଙ୍କ ୬ ବଲରେ ୬ ଛକା ମଧ୍ୟ ମାରିଥିଲେ। ଏହିଠାରୁ ପ୍ରିୟାଂଶଙ୍କ ଭାଗ୍ୟ ଚମକି ଉଠିଥିଲା ଏବଂ ପଞ୍ଜାବ ଏହି ଖେଳାଳିଙ୍କୁ ଏକ ବିପୁଳ ପରିମାଣର ରାଶି ଦେଇ ଆଇପିଏଲ୍‌ରେ କିଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଏହି ବ୍ୟାଙ୍କରେ ଅଛି ଆପଣଙ୍କର ଆକାଉଣ୍ଟ,କାମ କରିବନି UPI ପେମେଣ୍ଟ

ନୂଆଦିଲ୍ଲୀ,୧୧।୪: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ HDFC ଏହାର UPI ସେବା ସମ୍ପର୍କରେ ଏକ ବଡ଼ ଅପଡେଟ ଦେଇଛି। ଏନେଇ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।...

ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ: ୩ ମାସ ପର୍ଯ୍ୟନ୍ତ ଘରେ ଘରେ ବିନା ଖର୍ଚ୍ଚରେ ପହଞ୍ଚିବ କାର୍ଡ

ଦାରିଙ୍ଗବାଡି, ୧୧।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକାର୍ପଣ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ...

ଭାଇଚାରାର ଭିନ୍ନ ଏକ ନିଦର୍ଶନ ‘ଦଲଦଲି’: ହିନ୍ଦୁ ପର୍ବପର୍ବାଣିରେ ସହଭାଗୀ ମୁସଲମାନ ପରିବାର

ନୂଆପଡ଼ା,୧୧।୪ (ମକାରୁ ବେମାଲ):ଦିନକୁ ଦିନ ବିଶରେ ହିନ୍ଦୁ-ମୁସଲିମ ସମ୍ପର୍କରେ ଅଧିକ ତିକ୍ତତା ଦେଖାଦେଉଛି। ବିଶେଷ କରି କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ...

ଆୟୁଷ୍ମାନ କାର୍ଡ ପାଇଁ ଯାଉଥିବା ବେଳେ ମାଡ଼ିଗଲା ଟ୍ରକ

କଟକ,୧୧।୪: କଟକ ବାଲିଯାତ୍ରା ତଳ ପଡ଼ିଆରେ ଶୁକ୍ରବାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ...

ବିଜେଡିର ଭୀଷ୍ମ ମହାନ୍ତି ହେଲେ ଜିଲା ପରିଷଦ ଉପାଧ୍ୟକ୍ଷ

କେନ୍ଦ୍ରାପଡା, ୧୧ା୪(ଜଗନ୍ନାଥ ଧଳ): ଗତ ସାଧାରଣ ନିର୍ବାଚନ ପୂର୍ବରୁ ଫାଙ୍କା ରହିଥିବା କେନ୍ଦ୍ରାପଡା ଜିଲା ପରିଷଦ ଉପାଧ୍ୟକ୍ଷ ପଦ ଶୁକ୍ରବାର ପୂରଣ ହୋଇଛି ା ଏହି...

ଘନୀଭୂତ ହେଲା ବାଣିଜ୍ୟ ଯୁଦ୍ଧ: ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ ୧୨୫%କୁ ବୃଦ୍ଧି କଲା ଚାଇନା

ବେଜିଂ,୧୧।୪: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବିଶାଳ ଶୁଳ୍କ ପ୍ରତିଜବାବରେ ଚାଇନା ଆମେରିକୀୟ ଉତ୍ପାଦ ଉପରେ ୧୨୫ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛି।...

ବାପ, ପୁଅଙ୍କ ଆକ୍ରମଣରେ ବୃଦ୍ଧ ଆହତ: ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ନରସିଂହ ଦୋରା ନାମକ ଜଣେ ବୃଦ୍ଧଙ୍କୁ ତାଙ୍କ ପଡୋଶୀ ଏସ.କାମୁ ଦୋରା ଏବଂ ତାଙ୍କ ପୁଅ...

ବିଦ୍ୟାଳୟ ପରିଦର୍ଶନ କଲେ ବ୍ଲକ ଅଧ୍ୟକ୍ଷ, ଶ୍ରେଣୀ ଗୃହର ଅଭାବ ହେବ ଦୂର

କେସିଙ୍ଗା,୧୧।୪(ତୁମେଶର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ କସୃପଡାସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟକୁ ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଶୁକ୍ରବାର ପରିଦର୍ଶନ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image