Categories: ଜାତୀୟ

ପ୍ରେମ ବିବାହରେ ଅଭିଭାବକଙ୍କ ଅନୁମତି ନେବା ବାଧ୍ୟତାମୂଳକ

ଗାନ୍ଧୀନଗର,୧।୮: ପ୍ରେମ ବିବାହ ପାଇଁ ଅଭିଭାବକଙ୍କ ଅନୁମତି ନେବା ବାଧ୍ୟତାମୂଳକ। ଏପରି ନିୟମ ଆଣିବାକୁ ଯାଉଛନ୍ତି ଗୁଜୁରାଟ ସରକାର। ଗୁଜୁରାଟର ମେହସାନା ଜିଲାର ପାଟିଦାର ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ସର୍ଦ୍ଦାର ପଟେଲ ଗ୍ରୁପ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି, ପ୍ରେମ ବିବାହରେ ଝିଅ କିମ୍ବା ପୁଅ ଘରୁ ପଳାଇ ବିବାହ କରୁଛନ୍ତି। ତେଣୁ ଏ ଘଟଣାରେ ଅଧ୍ୟୟନ କରିବାକୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ହ୍ରିକିକେଶ ପଟେଲଙ୍କୁ ସେ ପରାମର୍ଶ ଦେଇଛନ୍ତି। ଅଧ୍ୟୟନ ପରେ ଏହି ନିୟମ ଲାଗୁ କରାଯିବ। ଯେଉଁଥିରେ ପିତାମାତାଙ୍କ ଅନୁମତି ପ୍ରେମ ବିବାହରେ ବାଧ୍ୟତାମୂଳକ ଅଟେ।

ତେବେ ଏହାକୁ ସମର୍ଥନ କରିଛି କଂଗ୍ରେସ। କଂଗ୍ରେସ ବିଧାୟକ ଇମ୍ରାନ ଖେଦାୱାଲା କହିଛନ୍ତି, ଯଦି ସରକାର ବିଧାନସଭାରେ ଏ ସମ୍ପର୍କରେ ବିଲ୍‌ ଆଣନ୍ତି ତେବେ ଏହାକୁ ସମର୍ଥନ କରିବୁ। ସେ କହିଛନ୍ତି, ପ୍ରେମ ବିବାହରେ ପିତାମାତା ଅଧିକ ଅବହେଳିତ ହୁଅନ୍ତି। ତେଣୁ ସରକାର ପ୍ରେମ ବିବାହ ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଚିନ୍ତା କରୁଛନ୍ତି, ଯାହା ସାମ୍ବିଧାନିକ ହେବା ଉଚିତ।

Share