ପୁଅର ଜୀବନ ରକ୍ଷା ପାଇଁ ମା’ବାପାଙ୍କ ଗୁହାରୀ

କାଏମା,୬ା୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ଚଇନୁହୁଡା ଗ୍ରାମର ବଟକୃଷ୍ଣ ତରାଇଙ୍କ ପୁଅ ମନୋଜ(୨୦) ବଜ୍ରପାତରେ ଗୁରୁତର ହୋଇ ଆଜକୁ ୫ ମାସ ହେବ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁଅର ଚିକିତ୍ସା ପାଇଁ ବିଜୁ ସ୍ବାସ୍ଥ୍ୟ କାର୍ଡରେ ଥିବା ୫ ଲକ୍ଷ ଟଙ୍କା ଶେଷ ହୋଇ ଯାଇଛି। ତେଣୁ ବାପା ବଟକୃଷ୍ଣ ଓ ମା’ବାସନ୍ତୀଙ୍କ ସହ ଗ୍ରାମବାସୀ ମନୋଜଙ୍କ ଜୀବନ ରକ୍ଷା ପାଇଁ ପ୍ରଶାସନ ଓ ସହୃଦୟ ବ୍ୟକ୍ତିଙ୍କ ପାଖେ ଗୁହାରୀ କରିଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୧୮ ଅପରାହ୍ନରେ ବର୍ଷା ଛାଡ଼ିଯିବା ପରେ ମନୋଜ ଓ ତାଙ୍କ ସାଙ୍ଗ ମନୋରଞ୍ଜନ ବିଲ ପାଟକୁ ଯାଇ ବସି କଥା ହେଉଥିଲେ । ଏହି ସମୟରେ ଅଚାନକ ବଜ୍ରପାତ ହୋଇଥିଲା। ଏଥିରେ ଦୁହେଁ ଗୁରୁତର ହୋଇଥିଲେ। ସ୍ଥାନୀୟ ବାସିନ୍ଦା ମନୋଜ ଓ ମନୋରଞ୍ଜନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମନୋରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ମନୋଜଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରିବାର ସଦସ୍ୟମାନେ କହିଛନ୍ତି, ମନୋଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଥିବାରୁ ସର୍ଜରୀ ମାଧ୍ୟମରେ ତାଙ୍କ ମୁଣ୍ତରୁ କ୍ଷତିଗ୍ରସ୍ତ ହାଡ଼ ବାହାର କରାଯାଇଥିଲା। ଏଥିପାଇଁ ତାଙ୍କୁ ଭୁବନେଶରର ଏକ ଘରୋଇ ହସ୍ପିଟାଲକୁ ପ୍ରତିମାସ ନିଆଯାଇ ଫିଜିଓଥେରାପି କରାଯାଉଥିଲା । ମନୋଜ ଘରକୁ ଆସି କିଛି ଦିନ ରହିଥିଲେ। ହେଲେ ସେ ସମସ୍ତଙ୍କୁ ଦେଖୁଥିଲେ ମଧ୍ୟ କିଛି କହିପାରୁ ନ ଥିଲେ କି ଚିହ୍ନି ପାରୁ ନ ଥିଲେ। ଆଜକୁ ୧୦ ଦିନ ତଳେ ମନୋଜଙ୍କ ମଣ୍ଡରେ ପୁନର୍ବାର ସର୍ଜରୀ କରାଯାଇଥିଲା। ଏହାର ଦୁଇ ଦିନ ପରେ ତାଙ୍କ ମୁହଁ ଫୁଲି ଯିବା ସହ ସାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା। ବର୍ତ୍ତମାନ ପୁର୍ନବାର ସର୍ଜରୀ ପାଇଁ ୩ ଲକ୍ଷ ଟଙ୍କା ଦରକାର ଥିବା ଡାକ୍ତର କହୁଛନ୍ତି। ଇତିମଧ୍ୟରେ ବିଜୁ ସାସ୍ଥ୍ୟ କାର୍ଡରେ ଥିବା ଟଙ୍କା ଶେଷ ହୋଇଯାଇଛି। ମନୋଜଙ୍କ ବାପା ବଟକୃଷ୍ଣ ଜଣେ ଦିନ ମଜୁରିଆ ଭାବେ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଚଳେ। ୩ ଝିଅ ଓ ଗୋଟାଏ ପୁଅ ଓ ସ୍ତ୍ରୀଙ୍କୁ ନେଇ ତାଙ୍କ ସଂସାର ା ଗତବର୍ଷ ବଡ଼ ଝିଅର ବାହାଘର ସରିଛି ା ଏଥିପାଇଁ ସେ ଋଣ ଭାରରେ ବୁଡିଥିବା ବେଳେ ମନୋଜଙ୍କ ଚିକିତ୍ସା ଖର୍ଚ୍ଚ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି ା ମା’ବାସନ୍ତୀ ପୁଅକୁ ଝୁରି ଝୁରି ଦୁର୍ବଳ ହୋଇପଡିଛନ୍ତି।ଏଭଳି ସ୍ଥିତିରେ ପୁଅର ଚିକିତ୍ସା ପାଇଁ ବାପା ବଟକୃଷ୍ଣ ମୁଣ୍ଡ ରେ ହାତ ଦେଇ ବସିଛନ୍ତି। ଏଥିପାଇଁ ମନୋଜଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବା ପାଇଁ ସେ ଓ ଗ୍ରାମବାସୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ

ଅତାବିରା,୨୬ା୧୦(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ଧାନ ଅମଳ ଆରମ୍ଭ ହୋଇଛି। ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକ ପରେ ଜିଲାରେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରାଯିବ।...

ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼୨୬।୧୦(ପ୍ରେମାନନ୍ଦ ଖମାରୀ): ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ବରଗଡ଼ ଜିଲା ପାଇକମାଲ...

ବୁଲେଟରେ ଆସି ଯୁବକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ଆଉ ତା’ପରେ…

ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଏବଂ ଜିମ୍‌ ନିକଟରେ ଶନିବାର ସନ୍ଧ୍ୟା...

ଜମି କିଣାବିକାରେ ବଡ଼ ଧରଣର ଜାଲିଆତି: ଧରାପଡ଼ିଲେ ୩ ଅଭିଯୁକ୍ତ, ଏବେ ବି ଅନେକ ଫେରାର

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଜମି କିଣାବିକାରେ ଜାଲିଆତି କାରବାର ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ (ଡିଷ୍ଟ୍ରିକ୍ଟ ସବ୍‌ରେଜିଷ୍ଟ୍ରାର ଅଫିସ୍‌)ରେ...

ମାନବୀୟ ମୂଲ ଉପରେ ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଲେ ଅଧ୍ୟାପକ ପ୍ରତାପ ଚନ୍ଦ୍ର

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ...

ବଲାଙ୍ଗୀର ଡବଲ ମର୍ଡର ଘଟଣା: ମିଳିଲା ଯୁବତୀ-ଯୁବକଙ୍କ ପରିଚୟ

ବଲାଙ୍ଗୀର,୨୬ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତଣ୍ଡାମୁଣ୍ଡା ଜଙ୍ଗଲର ଡବଲ ମର୍ଡର ଘଟଣାରେ ଶନିବାର ମୃତ ଯୁବତୀ ଯୁବକଙ୍କ ପରିଚୟ ମିଳିଛି। ଉଭୟ ଝାଡ଼ଖଣ୍ଡ ରାଜ୍ୟ...

ବ୍ରିଜ ଉପରେ ସ୍କୁଟିରଖି ନଦୀକୁ ଯୁବକ ଡେଇଁବା ଘଟଣା: ହାଇଦ୍ରାବାଦରେ ଥାଇ ବାପାଙ୍କ ସହ ହେଲେ କଥା

ଗଞ୍ଜାମ,୨୬।୧୦(ବିଦ୍ୟାଧର ସାହୁ ): ଗତ ୨୩ ତାରିଖରେ ଜଣେ ଯୁବକ ନିଜ ସ୍କୁଟି ଓ ଚପଲ ବ୍ରିଜ ଉପରେ ରଖି ନଦୀକୁ ଡେଇଁ ପଡ଼ିଥିବା ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri