ଗୁଆହାଟୀ,୨୩।୭: କରୋନା ଅନେକ ଲୋକ ଚାକିରି ହରାଇଛନ୍ତି। ସାଧାରଣତଃ ଶ୍ରମିକ ଶ୍ରେଣୀର ଲୋକେ ବହୁ ଅସୁବିଧାର ସାମ୍ନାକ କରୁଛନ୍ତି। ଦିନକୁ ଦିଓଳି ଖାଦ୍ୟ ଯୋଗାଡ କରିବା ମଧ୍ୟ ସେମାନଙ୍କ ପାଇଁ ଅସମ୍ଭବ ହୋଇପଡୁଛି। ଆସାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୋକରାଝରରେ ରହୁଥିବା ଜଣେ ଶ୍ରମିକ ଚାକିରି ହରାଇଛନ୍ତି। ପରିବାର ପୋଷିବା ପାଇଁ ସେ ତାଙ୍କର ୪ ମାସର ପିଲାକୁ ବିକ୍ରି କରିଥିଲେ। ଏବେ ପୋଲିସ ଶିଶୁକୁ ଉଦ୍ଧାର କରି ଅଭିଯୁକ୍ତକୁ ଗିରଫ କରିଛି।
ଆସାମର କୋକରାଝାରର ତୋତୁଲା ମାନ୍ଦାରିୟା ଗଁାରେ ଏହି ଘଟଣା ଘଟିଛି। ଏଠାରେ ରହୁଥିବା ଦୀପକ ବ୍ରହ୍ମା ଜଣେ ପ୍ରବାସୀ ଶ୍ରମିକ। ସେ ଲକ୍ଡାଉନ୍ ପୂର୍ବରୁ ଗୁଜରାଟରେ କାମ କରୁଥିଲେ। କିନ୍ତୁ ଲକ୍ଡାଉନ୍ ସମୟରେ ସେ ଚାକିରି ହରାଇଥିଲେ। ଦୀପକ ଗାଁକୁ ଫେରିଆସିଥିଲେ। ପାଖରେ ଯେତେ ଟଙ୍କା ଥିଲା ତାହା ଖର୍ଚ୍ଚ ହୋଇଯାଇଥିଲା। ଏହା ପରେ ପରିବାର ଚଳାଇବାରେ ଅସୁବିଧା ହୋଇଥିଲା। ଏଭଳି ପରିସ୍ଥିତିରେ ଦୀପକ ନିଜର ୪ ମାସର ଶିଶୁକୁ ୪୫୦୦୦ ଟଙ୍କାରେ ବିକ୍ରି କରିଥିଲେ।