ପାରାଦୀପ,୨୦।୧୦ (ସ୍ବ.ପ୍ର.): ପାରାଦୀପ ଉପକଣ୍ଠ ଇଫ୍କୋ କାରଖାନା ସଂଲଗ୍ନ ବିଜୟଚନ୍ଦ୍ରପୁର ବସ୍ତିରେ ଗତ କିଛିଦିନ ହେବ ଗୋଟିଏ ଘଟଣା ସାଧାରଣ ଲୋକଙ୍କୁ ବ୍ୟଥିତ କରୁଛି। ମା’ବାପା ତାଙ୍କର ୧୦ ବର୍ଷୀୟ ଶିଶୁପୁତ୍ରଙ୍କୁ ଉଲଗ୍ନ ଅବସ୍ଥାରେ ରାସ୍ତା ପାଖ ଗଛରେ ବାନ୍ଧି କାମକୁ ଯାଉଛନ୍ତି। ପିଲାଟି ସାମାନ୍ୟ ମାନସିକ ବିକାରଗ୍ରସ୍ତ ଥିବା ଜଣାପଡ଼ିଛି । ତାକୁ ଚିକିତ୍ସା କରିବା ବଦଳରେ ସେମାନେ ଅମାନୁଷିକ ଭାବେ ଯନ୍ତ୍ରଣା ଦେଉଛନ୍ତି। କୌଣସି ବ୍ୟକ୍ତି ସାହାଯ୍ୟ କରିବା ପାଇଁ ଆସିଲେ ସେମାନଙ୍କୁ ସମ୍ପୃକ୍ତ ଶିଶୁର ମା’ବାପା ଗାଳି କରୁଛନ୍ତି ବୋଲି ସେଠାକାର ବିବେକାନନ୍ଦ ୟୁଥ କ୍ଲବ ସଭାପତି ଜଗନ୍ନାଥ ହାଲ୍ଦାର କୁହନ୍ତି। ଏହା ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଶିଶୁକୁ ଉଦ୍ଧାର ପାଇଁ ଉଦ୍ୟମ ହୋଇଥିଲା। କିନ୍ତୁ ମା’ବାପା ଛାଡି ନ ଥିଲେ।