ପୁଅ ବାହା ହେବାକୁ ମନା କରିବାରୁ ମା-ବାପା ନେଲେ ଏମିତି ଚରମ ପଦକ୍ଷେପ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ତେହେରାନ,୯ା୬: ଇରାନରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ବୃଦ୍ଧ ଦମ୍ପତି ତାଙ୍କର ୪୭ ବର୍ଷୀୟ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ଜଣକ ଫିଲ୍ମନିର୍ମାତା ଥିଲେ। ଖାଲି ପୁଅ ନୁହନ୍ତି ଏହି ଦମ୍ପତି ଝିଅ ଏବଂ ଜ୍ୱାଇଙ୍କୁ ମଧ୍ୟ ହତ୍ୟା କରିଛନ୍ତି।

୮୧ ବର୍ଷୀୟ ଆକବର ଖୁରାମ୍‌ଉଦ୍ଦିନ ଏବଂ ୭୪ ବର୍ଷୀୟା ତାଙ୍କ ସ୍ତ୍ରୀ ଇରନ ତାଙ୍କ ପୁଅକୁ କାଟି ଖଣ୍ଡ ଖଣ୍ଡ କରି ଘର ପାଖରେ ଥିବା ଏକ ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ।

ଏକ ରିପୋର୍ଟ ଅନୁଯାୟୀ, ପୋଲିସ ଏହି ଦମ୍ପତିଙ୍କୁ ପଚରାଉଚରା କରିବାରୁ ସେ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଏହି ସମୟରେ ଆଉ ଏକ ଘଟଣା ମଧ୍ୟ ପଦାକୁ ଆସିଥିଲା। ସେ ତାଙ୍କ ଝ୍ରିଅ ଏବଂ ଜ୍ୱାଇଁଙ୍କୁ ବି ହତ୍ୟା କରିଥିଲେ। ଇରନ କହିଛନ୍ତି, ସେ ହତ୍ୟା କରିବେ ବୋଲି ପୂର୍ବରୁ ଯୋଜନା କରିଥିଲେ। ମୋ ସ୍ବାମୀ ମୋତେ ପଚାରିଥିଲେ। ମୁଁ ସହମତି ଦେଇଥିଲି। ମୁଁ ଏହି ଘଟଣାରେ ଆଦୌ ଦୁଃଖିତ ନୁହେଁ। କାରଣ ଝିଅ ଡ୍ରଗ୍‌ସ କାରବାରରେ ଲିପ୍ତ ଥିବା ବେଳେ ଅନେକ ପୁଅଙ୍କୁ ଘରକୁ ଆଣୁଥିଲେ। ଏପଟେ ପୁଅ ବାହା ନ ହେବାକୁ ଜିଦ୍‌ ଧରିବାରୁ ଆମେ ତାକୁ ମିଳିମିଶି ହତ୍ୟା କରିଛୁ। ପରେ ପୋଲିସ ବୃଦ୍ଧ ଦମ୍ପତିଙ୍କୁ ଗିରଫ କରିଛି।

Share