Categories: ଜାତୀୟ

ଝିଅମାନଙ୍କୁ ସରକାରୀ ସ୍କୁଲରେ, ପୁଅମାନଙ୍କୁ ଇଂଲିଶ ମାଧ୍ୟମ ସ୍କୁଲରେ ଶିକ୍ଷା ଦେବାକୁ ଚାହୁଁଛନ୍ତି ଅଭିଭାବକ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରିପୋର୍ଟ…

ନୂଆଦିଲ୍ଲୀ,୧।୬ : ଦେଶର ଝିଅମାନେ ସବୁ କ୍ଷେତ୍ରରେ ଆଗୁଆ ରହିଥିବା ସ୍ଥଳେ ଆଜି ମଧ୍ୟ ସମାଜରେ ସେମାନଙ୍କୁ ଦ୍ୱିତୀୟ ସ୍ଥାନ ଦିଆଯାଉଛି। ଅଧିକାଂଶ ଲୋକ ସରକାରୀ ସ୍କୁଲରେ ଝିଅମାନଙ୍କୁ ଶିକ୍ଷା ଦେଇଥାନ୍ତି। ଅପର ପକ୍ଷରେ ଏଥି ସହିତ, ପୁଅମାନଙ୍କ ପାଇଁ ତାଙ୍କର ପସନ୍ଦ ହେଉଛି ଇଂଲିଶ ମାଧ୍ୟମ ସ୍କୁଲ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସମସ୍ତ ୬୦ ଟି ବୋର୍ଡର ୨୦୨୨ ବର୍ଷର ଫଳାଫଳ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ସମସ୍ତ ସରକାରୀ, ସରକାରୀ ସହାୟକ ଏବଂ ଇଂଲିଶ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ଏଥିରେ ଅନ୍ତର୍ଭୁକ୍ତ ହୋଇଥିଲେ ।

ଅଧ୍ୟୟନରେ ଝିଅମାନଙ୍କ ଶିକ୍ଷା ପାଇଁ ଅଧିକ ଖର୍ଚ୍ଚ ନ କରିବାର ସାମାଜିକ ସ୍ତରରେ ଅଭିଭାବକମାନେ ପ୍ରାୟତଃ ଚିନ୍ତ ାକରୁଛନ୍ତି। ଏହା ସତ୍ତ୍ୱେ ଏକ ସକାରାତ୍ମକ ଦିଗ ମଧ୍ୟ ସାମ୍ନାକୁ ଆସିଛି। ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ ସମସ୍ତ ଅସୁବିଧା ସତ୍ତ୍ୱେ ଝିଅମାନଙ୍କ ଉପସ୍ଥାନ, ଅଧ୍ୟୟନ ଏବଂ ଫଳାଫଳରେ ପୁଅମାନଙ୍କଠାରୁ ବହୁତ ଆଗରେ ଅଛନ୍ତି। ଅଧ୍ୟୟନରୁ ଜଣାପଡିଛି ସରକାରୀ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଛାତ୍ରୀଙ୍କ ସଂଖ୍ୟା ୧.୦୨ ପ୍ରତିଶତ ଅଟେ। ଯେଉଁଠାରେ, ଫଳାଫଳରେ ପୁଅମାନଙ୍କର ପ୍ରଦର୍ଶନ ୭୬.୨ ପ୍ରତିଶତ ହୋଇଥିବାବେଳେ ବାଳିକାମାନଙ୍କ ପ୍ରଦର୍ଶନ ୮୦ ପ୍ରତିଶତ ଅଟେ। ସହାୟକ ବିଦ୍ୟାଳୟରେ ବାଳିକାଙ୍କ ତୁଳନାରେ ବାଳିକା ସଂଖ୍ୟା ୦.୮୯ ପ୍ରତିଶତ ରହିଛି। ଏଥି ସହିତ, ଇଂଲିଶ ଘରୋଇ ବିଦ୍ୟାଳୟରେ ବାଳିକାଙ୍କ ସଂଖ୍ୟା ୦.୮୭ ପ୍ରତିଶତ। ପୁଅମାନଙ୍କ ପାସ ପ୍ରତିଶତ ୮୨.୧ ପ୍ରତିଶତ ଥିବାବେଳେ ବାଳିକାମାନଙ୍କର ପ୍ରଦର୍ଶନ ୮୬.୧ ପ୍ରତିଶତ ରହିଛି।

ଅଧ୍ୟୟନରେ ଦ୍ୱାଦଶ ଶ୍ରେଣୀରେ ଭେଦଭାବ ଅଧିକ ଥିବା ପ୍ରକାଶ ପାଇଛି। ସରକାରୀ ବିଦ୍ୟାଳୟରେ ୧ ପ୍ରତିଶତ ବାଳକଙ୍କ ତୁଳନାରେ ବାଳିକା ସଂଖ୍ୟା ୧.୦୭ ପ୍ରତିଶତ ଅଟେ। ପରିଣାମରେ, ପୁଅମାନଙ୍କର ପ୍ରଦର୍ଶନ ୮୧.୮ ପ୍ରତିଶତ ଏବଂ ଝିଇମାନଙ୍କର ପ୍ରଦର୍ଶନ ୮୭.୨ ପ୍ରତିଶତ ରହିଛି। ଏଥି ସହିତ, ଘରୋଇ ଇଂଲିଶ ମାଧ୍ୟମ ବିଦ୍ୟାଳୟରେ ପୁଅମାନଙ୍କର ପ୍ରଦର୍ଶନ ୮୩.୫ ପ୍ରତିଶତ ଏବଂ ବାଳିକାମାନଙ୍କ ପ୍ରଦର୍ଶନ ୯୦.୧ ପ୍ରତିଶତ ରହିଛି।

ଏକାଦଶରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଝିଅମାନଙ୍କର ପ୍ରଥମ ପସନ୍ଦ ହେଉଛି କଳା ପାଠ୍ୟକ୍ରମ। ୩୫ ପ୍ରତିଶତ ବାଳକ କଳା ଅଧ୍ୟୟନ କରୁଥିବାବେଳେ ବାଳିକା ସଂଖ୍ୟା ୪୬ ପ୍ରତିଶତ। ବିଜ୍ଞାନରେ ପୁଅଙ୍କ ସଂଖ୍ୟା ୪୬ ପ୍ରତିଶତ ଏବଂ ଝି୍‌ଅଙ୍କ ସଂଖ୍ୟା ୩୮ ପ୍ରତିଶତ ରହିଛି। ଯେତେବେଳେ କି, ୧୫ ପ୍ରତିଶତ ପୁଅ ଏବଂ ୧୪ ପ୍ରତିଶତ ଝିଇ ବାଣିଜ୍ୟ ବିଷୟ ଅଧ୍ୟୟନ କରିବାକୁ ଚାହାଁନ୍ତି ବୋଲି ଅଧ୍ୟୟନରେ ପ୍ରକାଶ ପାଇଛି।

Share