ଏନ୍‌ଏସ୍‌ଡି ଅଧ୍ୟକ୍ଷ ନିଯୁକ୍ତ ହେଲେ ପରେଶ ରାୱଲ

ନୂଆଦିଲ୍ଲୀ,୧୦ ।୯:ବଲିଉଡ୍ ଅଭିନେତା ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଏମ୍‌ପି ପରେଶ ରାୱଲଙ୍କୁ ନ୍ୟାଶନାଲ ସ୍କୁଲ ଅଫ୍ ଡ୍ରାମା(ଏନ୍‌ଏସ୍‌ଡି)ର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି । ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଗୁରୁବାର ଏହି ସୂଚନା ଦେଇଛନ୍ତି । ଟୁଇଟ୍ କରି ସେ ଏହା ଜଣାଇଛନ୍ତି । ଟୁଇଟରେ ସେ ଲେଖିଛନ୍ତି ପରେଶଙ୍କ ପ୍ରତିଭାର ଲାଭ ଦେଶର କଳାକାର ଓ ଛାତ୍ରୀଛାତ୍ରଙ୍କୁ ମିଳିବ । ହାର୍ଦ୍ଦିକ ଶୁଭେଚ୍ଛା । ସୂଚନାଯୋଗ୍ୟ, ୬୫ ବର୍ଷୀୟ ଅଭିନେତା ପରେଶ ରାୱଲଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏନ୍‌ଏସ୍‌ଡିର ଅଧ୍ୟକ୍ଷ ଭାବେ ନିଯୁକ୍ତି କରିଛନ୍ତି । ପଦ୍ମଶ୍ରୀରେ ସମ୍ମାନୀତ ପରେଶ ଫିଲ୍ମ ପୁରସ୍କାର ସହ ଅନ୍ୟ ସମ୍ମାନରେ ସମ୍ମାନୀତ ହେବା ସହ ବଲିଉଡ୍ ଦର୍ଶକଙ୍କର ଜଣେ ମନ ପସନ୍ଦ କଳାକାର ।

Share