ପରୀ ମୃତ୍ୟୁ ମାମଲା: ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲେ ଏନ୍‌ସିପିସିଆର୍‌

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ନୟାଗଡ଼ ଜିଲା ପରୀ ମୃତ୍ୟୁ ଘଟଣାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ(ଏନ୍‌ସିପିସିଆର୍‌) ସୋମବାର ନିଜଆଡୁ ମାମଲାକୁ ଗ୍ରହଣକରି ଆସନ୍ତା ୧୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ଜନ୍ମ ସାର୍ଟିଫିକେଟ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଏଫ୍‌ଆଇଆର୍‌ କପି, ତଦନ୍ତର ଷ୍ଟାଟସ ରିପୋର୍ଟ ଏବଂ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଗ୍ରହଣ କରିଥିବା ରିପୋର୍ଟ ମଧ୍ୟ କମିଶନ ତଲବ କରିଛନ୍ତି। ଭାଜପା ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ପରୀ ମୃତ୍ୟୁ ନେଇ କମିଶନଙ୍କୁ ସ୍ମାରକପତ୍ର ଦେଇଥିଲେ। କମିଶନ ଏହି ନିର୍ଦ୍ଦେଶ ଦେଇଛନ୍ତି। ପରୀ ମୃତ୍ୟୁକୁ ନେଇ ବିରୋଧୀ କଂଗ୍ରେସ ଓ ଭାଜପା ବିଧାନସଭାରେ ଓ ବାହାରେ ହଙ୍ଗାମା କରିଥିଲେ। ରାଜ୍ୟ ସରକାର ଏହି ଘଟଣାର ପ୍ରଥମେ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରାଇବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ନଭେମ୍ବର ୨୮ରେ ଏଥିପାଇଁ ୫ଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଛନ୍ତି।

Share