ପରୀ ହତ୍ୟାକାଣ୍ଡ : ଚାପରେ ଚେପା ଏସ୍‌ଆଇଟି ତଦନ୍ତ

ନୟାଗଡ଼ ଅଫିସ,୨୮ା୧୨: ପୋଲିସ ପରି ଏସ୍‌ଆଇଟି ତଦନ୍ତ ଚାପରେ ଚେପା ହୋଇପଡ଼ିଛି। ପରୀ ମା’ବାପାଙ୍କ ଅଭିଯୋଗକୁ ଏସ୍‌ଆଇଟି ଅଣଦେଖା କରୁଥିବା ଅଭିଯୋଗ ହେଉଛି। ପରୀ ହତ୍ୟାକାଣ୍ଡ ନେଇ ମା’ବାପାଙ୍କ ମନରେ ଉଠୁଥିବା ଅସମାହିତ ପ୍ରଶ୍ନର ଉତ୍ତର ନ ଥିବାରୁ ସେମାନେ ସିବିଆଇ ତଦନ୍ତ ଦାବିକୁ ତ୍ୱରାନ୍ବିତ କରିଛନ୍ତି।
ପରୀ ମା’ ସୌଦାମିନୀ ସାହୁଙ୍କ ଅଭିଯୋଗ ଅନୁସାରେ, ମୋ ଝିଅ ପରୀର ଫ୍ରକ୍‌ରେ ସିମେନ୍‌ ଲାଗିଛି ବୋଲି କୁହାଯାଉଛି। ତେବେ ସମ୍ପୃକ୍ତ ଫ୍ରକ୍‌ ଆମ ଝିଅର ନା ଆଉ କାହାର, ଆମକୁ ଦେଖାଉନାହାନ୍ତି କାହିଁକି। ପୋଖରୀରୁ ଲେଗିନ୍ସ ଉଦ୍ଧାର ହେଲା। ହେଲେ ଆମକୁ ନ ଦେଖାଇ ତାକୁ ପରୀର କୁହାଗଲା। ପରୀ କ’ଣ ପିନ୍ଧିଥିଲା ଆମେ ଜାଣିଛୁ ନା ତଦନ୍ତକାରୀ ଏସ୍‌ଆଇଟି ଟିମ୍‌ର ଅଧିକାରୀ ଜାଣିଛନ୍ତି। ଯେଉଁ ଏସ୍‌ଆଇଟି ପରୀର ମା’ବାପାଙ୍କର ମତ ନେଉନି, ଅଭିଯୋଗ ଶୁଣୁନି ସେ କ’ଣ ତଦନ୍ତ କରିବ। କେବଳ ନାଟକ କରି ଭୁଆଁ  ବୁଲାଇ ପରୀ ହତ୍ୟାକାଣ୍ଡକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି। ହେଲେ ପରୀ ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଆମର ଲଢ଼େଇ ଜାରି ରହିବ ବୋଲି କହି ସେ କାନ୍ଦି ପକାଇଥିଲେ। ଆଇନଜୀବୀ ଅମିୟ ପଟ୍ଟନାୟକ କୁହନ୍ତି, କଲେଜ ଛାତ୍ର ଯେ ହତ୍ୟାକାରୀ କୋର୍ଟରେ ପ୍ରମାଣ କରିବା କଷ୍ଟ ହେବ। ପରୀ ମା’ବାପା କଲେଜ ଛାତ୍ରକୁ ହତ୍ୟାକାରୀ ବୋଲି ମାନୁନାହାନ୍ତି। ପରୀ ମା’ଙ୍କ ଅଭିଯୋଗକୁ ଏସ୍‌ଆଇଟି ଅଣଦେଖା କଲାଣି। ଯଦି କଲେଜ ଛାତ୍ରଙ୍କୁ ଫସା ଯାଇଥିବ, ଭବିଷ୍ୟତରେ ଏସ୍‌ଆଇଟି ମୁଖ୍ୟ ଉତ୍ତରଦାୟୀ ରହିବେ। ପରୀର ଓକିଲ ଚନ୍ଦ୍ର ବିଜୟୀ ମିଶ୍ର କୁହନ୍ତି, ଯଦି କଲେଜ ଛାତ୍ର ହତ୍ୟାକାରୀ ତେବେ ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ପାଖକୁ କେସ୍‌ ଆଗକୁ ନ ବଢ଼ାଇବାକୁ କ’ଣ ପାଇଁ ମନ୍ତ୍ରୀ ଚାପ ପକାଇଥିଲେ। କଲେଜ ଛାତ୍ରଙ୍କ ସହ ମନ୍ତ୍ରୀଙ୍କ ସମ୍ପର୍କ ନ ଥିଲା। ପରୀ ମା’ଙ୍କୁ ମନ୍ତ୍ରୀ ସାନ୍ତ୍ୱନା ଦେଇପାରିଥାନ୍ତେ। ସେହିପରି ଖେଳ ସାଥୀ ପରୀର ଅପହରଣକାରୀଙ୍କ ନାଁ  କହିବା ପରେ ମା’ବାପାଙ୍କୁ ଘରେ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାଡ଼ ମରାଗଲା କାହିଁକି। ଯାହା କିଛି ପ୍ରମାଣ ଏସ୍‌ଆଇଟି ସଂଗ୍ରହ କରୁଛି, ପରୀ ମା’ବାପାଙ୍କୁ ଦେଖା ନ ଯିବାର କାରଣ କ’ଣ ଜଣାପଡୁନି। ସେହିଭଳି ଅଭିଯୁକ୍ତ ତ ଧରା ପଡିଲାଣି ସିବିଆଇ ତଦନ୍ତକୁ ଡର କାହିଁକି। ଯଦି କଲେଜ ଛାତ୍ର ଦୋଷୀ, ସିବିଆଇ ମଧ୍ୟ ବଦଳାଇ ପାରିବ ନାହିଁ। ଆମର ଦାବି ହତ୍ୟାକାରୀ ଦଣ୍ଡପାଉ। ପରୀ ଓ ତା’ ପରିବାର ନ୍ୟାୟ ପାଉ। ହେଲେ ସରକାର ସିବିଆଇ ତଦନ୍ତକୁ ରାଜି ହେଉ ନ ଥିବାରୁ ନ୍ୟାୟ ମିଳିବା ଆଶା କରାଯାଉ ନାହିଁ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିଲା ଏପ୍ରିଲ ତାତି

ଭୁବନେଶ୍ୱର,୨୩ା୪(ଅନୁରାଧା ମହାରଣା):ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ୁଥିବାବେଳେ ମଙ୍ଗଳବାର ପୂର୍ବର ସବୁ ରେକର୍ଡ ଭାଙ୍ଗିଛି। ଝାରସୁଗୁଡା ଏପ୍ରିଲ ମାସର ତାତିରେ ସର୍ବକାଳୀନ ରେକର୍ଡ କରିଛି। ୧୯୫୩...

ସକାଳୁଆ ଅଫିସ ନିର୍ଦ୍ଦେଶକୁ ଅବମାନନା: ୧୦ଟାରେ ଖୋଲୁଛି ଆରଡବ୍ଲୁଏସଏସ, ଆରଡି ଅଫିସ

ଭଞ୍ଜନଗର,୨୩।୪(ବାବୁଲା ପ୍ରଧାନ):ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧିକୁ ଦେଖି ସରକାର ବୁଧବାର (ଆଜି ଠାରୁ) ବିଦ୍ୟାଳୟ ଓ କଲେଜ ଗୁଡିକ ବନ୍ଦ ଘୋଷଣା କରିଛନ୍ତି। ଯେଉଁଠି ପରୀକ୍ଷା ଚାଲିଛି...

ପହଲଗାମ ପରେ ଟାର୍ଗେଟ୍‌ରେ ଉରି: ଆତଙ୍କବାଦୀ ନିପାତ

ଶ୍ରୀନଗର,୨୩।୪:ଜମ୍ମୁ କଶ୍ମୀରର ପହଲଗାମ ପରେ ଉରି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା। କିନ୍ତୁ ସେନା ଆତଙ୍କବାଦୀଙ୍କ ଉଦ୍ୟମକୁ ପଣ୍ଡ କରିଦେଇଛି। ବୁଧବାର ସେନା ଅନୁପ୍ରବେଶ କରିବାକୁ ଚେଷ୍ଟା...

ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ବରଗଡ଼ ଜିଲା ଗସ୍ତ

ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ) : ଓଡିଶା ଖାଦ୍ୟ ଆୟୋଗ ସଦସ୍ୟ ଦୟାନିଧି ଦାଶ ଏବଂ ଅକ୍ଷୟ କୁମାର ବେହେରା ତିନି ଦିନିଆ ବରଗଡ଼ ଜିଲା ଗସ୍ତରେ ଆସିଛନ୍ତି।...

ପ୍ରତିଶୋଧ ନେବ ଭାରତ: ଭୟରେ ଥରହର ପାକିସ୍ତାନ ବାୟୁସେନାକୁ କଲା ସତର୍କ

ନୂଆଦିଲ୍ଲୀ,୨୩।୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ତାର ବାୟୁସେନାକୁ ହାଇ ଆଲର୍ଟରେ ରଖିଛି। ପାକିସ୍ତାନୀ ବାୟୁସେନାର ଗୋଇନ୍ଦା ବିମାନ ଭାରତୀୟ ସୀମା ସଂଲଗ୍ନ ଅଞ୍ଚଳର...

ସାନଭାଇ ବାହାଘର ଦିନ ବଡ଼ଭାଇଙ୍କ ଆତ୍ମହତ୍ୟା

ବଡ଼ଗାଁ,୨୩।୪(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ନିକଟ ଲାଲମଟିଆ ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ସାନଭାଇଙ୍କ ବାହାଘର ଦିନ ଆତ୍ମହତ୍ୟା କରିଛନ୍ତି।...

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ନାବାଳକଙ୍କ ସମେତ ୩ ଅଟକ

ସୁନ୍ଦରଗଡ଼,୨୩ା୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ଆଦିବାସୀ ନାବାଳିକା(୧୫)ଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ...

ପହଲଗାମରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଲା: ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ,୨୩।୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କର ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଆତଙ୍କବାଦୀ ହାତରେ ଏକ ଅସ୍ତ୍ର ଏବଂ ପଠାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image