ପରୀ ହତ୍ୟା ମାମଲା: ଦଣ୍ଡାଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ଅଭିଯୁକ୍ତ

କଟକ,୬ା୩(କାର୍ତ୍ତିକ ସାହୁ): ନୟାଗଡ଼ ପରୀ ହତ୍ୟା ମାମଲାର ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ସରୋଜ ସେଠୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନୟାଗଡ଼ ଜିଲା ଚିଲ୍‌ଡ୍ରେନ ଅତିରିକ୍ତ ସେସନ କୋର୍ଟ ମାମଲାର ବିଚାର କରି ୨୦ ବର୍ଷ ଦଣ୍ଡାଦେଶ ରାୟ ପ୍ରଦାନ କରିଥିଲେ।
ସୂଚନାନୁସାରେ, ୨୦୨୦ ଜୁଲାଇ ୧୪ ତାରିଖରେ ଏକ ନାବାଳିକା ପୂର୍ବାହ୍ନରେ ୧୧ଟାରୁ ହଜିଯାଇଥିଲା। ୭ ଦିନ ପରେ ନୟାଗଡ଼ ଥାନାରେ ନାବାଳିକା ହଜିଥିବା ନେଇ ଏତଲା ଦିଆଯାଇଥିଲା। ପୁଣି ୭ ଦିନ ପରେ ଅର୍ଥାତ ୨୧ ତାରିଖରେ ଅଖାବ୍ୟାଗ୍‌ରେ ମଣିଷ ଖପୁରି, ହାଡ଼, କେଶ, ପୋଷାକ ମିଳିଲା। ଏହାକୁ ଆଧାର କରି ଡିଏନ୍‌ଏ ପରୀକ୍ଷା କରାଗଲା। ରିପୋର୍ଟ ଆସିବା ପରେ ଜଣାଗଲା ଯେ,  ୭ ଦିନ ପୂର୍ବେ ହଜିଥିବା ନାବାଳିକା ଡିଏନ୍‌ଏ ସହିତ ଏହା ମେଳ ଖାଉଛି। ପୋଲିସ ତଦନ୍ତ ଚାଲିଲା। ବହୁତ ଲୋକଙ୍କୁ ପୋଲିସ ଜେରା କଲା। କେତେକ ଲୋକଙ୍କ ଅଭିଯୋଗ ହେଲା ଶାସକ ଦଳର ଲୋକେ ସମ୍ପୃକ୍ତ ତ ଆଉ କେତେକ ଅଭିଯୋଗ କଲେ  ଗାଁ  ଲୋକେ ସମ୍ପୃକ୍ତ। ହେଲେ ମାମଲାର ଅଗ୍ରଗତି କିଛି ହେଲା ନାହିଁ। ଏନେଇ ଲୋକଙ୍କ ଚାପ ବଢ଼ିଲା, ସ୍ଥାନୀୟ ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଉଠିବାରୁ ଏକ ସ୍ବତନ୍ତ୍ର ତଦନ୍ତ ଦଳ (ଏସ୍‌ଆଇଟି) ୨୦୨୦ ନଭେମ୍ବରରେ ଗଠନ କରାଗଲା। ମାସେ ପରେ ୨୦୨୦ ଡିସେମ୍ବର ୨୦ରେ ସରୋଜ ସେଠୀ ନାମକ ନାବାଳକଙ୍କୁ ଏସ୍‌ଆଇଟି ଧରି ସାବାଳକ ଦର୍ଶାଇଲା। ହେଲେ ପରେ ସେ ନାବାଳକ ବୋଲି ଜଣାଯିବାରୁ ତାଙ୍କୁ ପୋକ୍ସୋକୋର୍ଟରେ ହାଜର କରାଗଲା। ଚାର୍ଜସିଟ୍‌ ଦାଖଲ ପରେ ମାମଲାର ବିଚାର ଚାଲିଲା। ବିଚାର ଶେଷ ହେବା ପରେ କୋର୍ଟ ୨୦ ବର୍ଷ କାରାଦଣ୍ଡ ଆଦେଶର ରାୟ ଦେଲେ। ସାକ୍ଷୀମାନେ ମୃତ ପରୀର  ଗାଁ ଲୋକ।

ସେମାନଙ୍କ ସାକ୍ଷ୍ୟ ଅନୁଯାୟୀ ପରୀ ଦାଣ୍ଡରେ ଖେଳୁଥିଲା ଓ ଚାଲିଚାଲି ଅଭିଯୁକ୍ତଙ୍କ ଘରକୁ ଯାଇଥିବା ସେମାନେ ଦେଖିଥିଲେ। ମାତ୍ର ପରେ ସେମାନେ ସେସବୁ ଭୁଲି ଯାଇଥିଲେ। ପୋଲିସ ତଦନ୍ତ ବେଳେ ସେମାନେ ଏକଥା କାହାରିକୁ କହିଲେ ନାହିଁ। ମାତ୍ର ଘଟଣାର ୬ ମାସ ପରେ ପ୍ରଥମ ଥର ପାଇଁ ସେମାନେ ଆସି ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ସାକ୍ଷ୍ୟ ଦେଲେ ଆମେ ୬ ମାସ ତଳେ ପରୀ ଅଭିଯୁକ୍ତ ଘରକୁ ଯାଇଥିବା ଦେଖିଥିଲୁ। ଅନ୍ୟ ଜଣେ ସାକ୍ଷୀ କହିଲେ ଯେ ପରୀ ହଜିବାରେ ୭ ଦିନ ପରେ ଅଭିଯୁକ୍ତ ଏକ ଝୋଟଅଖାରେ କଣ ଭର୍ତ୍ତି କରି ଟେକି ନେଇଯାଉଥିବା ଦେଖିଥିଲେ। ହେଲେ ଏ ବାବଦରେ ସେ ପୂର୍ବରୁ କାହାକୁ କହି ନ ଥିଲେ। ଏ ବାବଦରେ ଗାଁରେ ବୈଠକ ବସି ଆଲୋଚନା ହୋଇଥିଲା ବୋଲି ସେମାନେ କହିଥିଲେ। ଗାଁ ଲୋକମାନେ ଠାକୁରଙ୍କ ପ୍ରସାଦ ଛୁଇଁ କହିଥିଲେ ଯାହା ଜାଣିଛନ୍ତି ସତ କହିବା। ଯଦି ଜଣେ ଜାଣିଥିଲେ ୬ ମାସ ଧରି କାହିଁକି ଚୁପ୍‌ ରହିଲେ, ସେ ସ୍ଥାନୀୟ ପୋଲିସ ନିକଟରେ କହିପାରିଥାନ୍ତେ। ହେଲେ ତାହା ନକରି ଏସ୍‌ଆଇଟି ଆଗରେ ସେ ବୟାନ କାହିଁକି ଦେଲେ ତାହା ମୁଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ ଅସଲ ଅଭିଯୁକ୍ତଙ୍କ ବଞ୍ଚାଇବା ପାଇଁ ଏଭଳି ଏକ ନାଟକ ରଚନା କରିଥିଲା। ଅଭିଯୁକ୍ତ ନିକଟରୁ ଗାମୁଛା, ଜିଆଇ ପାଇପ, ଫୋନ୍‌ ଜବତ କରାଯାଇଥିଲା। ଏସବୁ ବିଭିନ୍ନ ଫୋରେନ୍‌ସିକ ଲାବୋରାଟୋରୀରେ ବୈଜ୍ଞାନିକ ପରୀକ୍ଷା କରାଯିବା ପରେ ବି କିଛି ଫଳ ହୋଇ ନ ଥିଲା। ଏହା ବ୍ୟତୀତ କୁହାଯାଉଛି ଅଭିଯୁକ୍ତ ଦୋଷ ମାନିଛନ୍ତି। ପୋଲିସ ଆଗରେ ଦୋଷ ମାନିବା, ପଲିଗ୍ରାଫ ଟେଷ୍ଟ କରିବା ଅଭିଯୁକ୍ତଙ୍କୁ ଦୋଷୀ କରିବା ପାଇଁ ଯଥେଷ୍ଟ ନୁହଁ।

ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଯେ, ମୁକବଧିର ପିଲା ଦେଖିଥିଲା ପରୀକୁ ଅଭିଯୁକ୍ତ ଉଠାଇନେବା ବେଳେ। ହେଲେ ସେଇ ପିଲାକୁ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ କାହିଁକି ବୋଲି ହାଇକୋର୍ଟ ଅପିଲରେ ଦର୍ଶାଯାଇଛି। ସେ ଦିଗରେ ତଦନ୍ତ କରାଯାଇଥିଲେ ପରୀ ତାଙ୍କ ଘରକୁ ଯିବା କଥା ମିଛ ହୋଇଥାନ୍ତା। ମୁକବଧିର ପିଲାକୁ ନେଇ ପୋଲିସର ତ୍ରୁଟିପୂର୍ଣ୍ଣ ତଦନ୍ତକୁ କୋର୍ଟ ଗ୍ରହଣ କରିନାହାନ୍ତି। ଏସବୁ ଦୃଷ୍ଟିରୁ ନୟାଗଡ଼ ଜିଲା ଚିଲ୍‌ଡ୍ରେନ ଅତିରିକ୍ତ ସେସନ କୋର୍ଟ ରାୟ ବିରୋଧରେ ଅଭିଯୁକ୍ତଙ୍କ ପକ୍ଷରୁ ହାଇକୋର୍ଟରେ ମଙ୍ଗଳବାର ଆବେଦନ କରାଯାଇଥିବା ଆଇନଜୀବୀ ମାନସ ଚାନ୍ଦ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ବରଯାତ୍ରୀ ଗାଡ଼ି: ଜଣଙ୍କ ଜୀବନ ଗଲା, ୬ ଆହତ

ଭବାନୀପାଟଣା,୨୧ା୩: କଳାହାଣ୍ଡି ଜିଲା ଧର୍ମଗଡ଼ରେ ଶୁକ୍ରବାର ଏକ ବରଯାତ୍ରୀ ଗାଡ଼ି ଓଲଟି ପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ...

ଦହିବରା ଖାଇ ଶତାଧିକ ଅସୁସ୍ଥ

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୧ା୩: ଯାଜପୁର ଜିଲା ବରୀ ବ୍ଲକର ୩ ପଞ୍ଚାୟତ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଘରକୁ ଘର ବୁଲି ବିକ୍ରି ହୋଇଥିବା ଦହିବରା ଖାଇ...

ଆଜିଠାରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୨୧ା୩(ସୁଚିସ୍ମିତା ସାହୁ): ଗ୍ରୀଷ୍ମ ପ୍ରବାହଜନିତ ସାମ୍ପ୍ରଦିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି। ଏପ୍ରିଲ ୨ରୁ ସକାଳୁଆ ସ୍କୁଲ...

ତୃତୀୟ ଦିନରେ ଛାନ୍‌ଭିନ: ନବଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି: କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍‌ ଗୁରୁବାର ୩ୟ ଦିବସରେ ଝାରସୁଗୁଡା ମୁଖ୍ୟ...

ଜେସିବିରେ ଏଟିଏମ୍‌ ତାଡିନେଲେ…

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍‌ ମେଶିନକୁ ଦୁର୍ବୃତ୍ତମାନେ ଜେସିବି...

ଯୁବକଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତ ଗିରଫ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମର ପିଙ୍କୁ ଓରଫ ସୁଧାଂଶୁ ପ୍ରଧାନ(୨୫)ଙ୍କୁ ପିଟିପିଟି ହତ୍ୟା ମାମଲାରେ ପୋଲିସ ୫ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ...

ଫ୍ରିଜ୍‌ କମ୍ପ୍ରେସର ଫାଟି ଘରେ ଅଗ୍ନିକାଣ୍ଡ

ରାଉରକେଲା,୨୦।୩(ସଙ୍ଗୀତା ଜେନା): ରାଉରକେଲା ମଧୁସୂଦନପାଲୀରେ ଗୁରୁବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ଫ୍ରିଜ କମ୍ପ୍ରେସର ଫାଟି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଘରର ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର...

ମୂଷାନାଳ ସହର ମୁଖ୍ୟ ରାସ୍ତା ମରଣଯନ୍ତା, ଲୋକେ ହନ୍ତସନ୍ତ

ଲାଞ୍ଜିଗଡ଼,୨୧/୩ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମୂଷାନାଳ ସହର ମଝିରେ ଥିବା ମୁଖ୍ୟ ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇ ମରଣଯନ୍ତା ପାଲଟିଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image