ଜେଲ ଗଲେ ସରୋଜ ସେଠୀ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀ ଗୁରୁବାର ଜେଲ ଯାଇଛନ୍ତି। ୩ ଦିନିଆ ରିମାଣ୍ଡ ଶେଷ ହେବାପରେ ସରୋଜଙ୍କୁ ପକ୍ସୋ କୋର୍ଟରେ ହାଜର କରିଥିଲା ପୋଲିସ। ରିମାଣ୍ଡ ସରିବା ପରେ ବିଚାରବିିଭାଗୀୟ ହେପାଜତକୁ ସରୋଜ ଗଲେ।
ନିଜର ଯୌନ ଲାଳସା ମେଣ୍ଟାଇବାକୁ ଯାଇ ୫ ବର୍ଷର ଝିଅକୁ ହତ୍ୟା ପରେ ଶବକୁ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ବଳାତ୍କାର କରିଥିଲେ। ଅଭିଯୁକ୍ତ ଦୋଷ ସ୍ବୀକାର କରିଥିବା ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ। ଜୁଲାଇ ୧୪ରେ ଅଭିଯୁକ୍ତ ଘରକୁ ଜାମୁକୋଳି ଲୋଭରେ ଯାଇଥିଲା ନାବାଳିକା। ତାକୁ ଘର ଭିତରକୁ ଡାକି ବଳାତ୍କାର ଉଦ୍ୟମ କରିଥିଲେ ସରୋଜ । ସେଥିରେ ନାବାଳିକା ବାଧା ଦେବାରୁ ତଣ୍ଟି ଚିପି ତାକୁ ହତ୍ୟା କରିଥିଲା ବୋଲି ଏସ୍‌ଆଇଟି କହିଥିଲା।

Share