ପରୀ ହତ୍ୟାକାଣ୍ଡ ମାମଲା : ଯଦୁପୁରରୁ ଖାଲିହାତରେ ଫେରିଲା ଏସ୍‌ଆଇଟି

ନୟାଗଡ଼ ଅଫିସ,୮।୧୨: ପରୀ ହତ୍ୟାକାଣ୍ଡକୁ ନେଇ ଏସ୍‌ଆଇଟି ସୋମବାର ବିଳମ୍ବିତ ରାତିରେ ଯଦୁପୁର ଗାଁ ହରିଜନ ସାହିରେ ପହଞ୍ଚିିଥିଲେ। ଏ ନେଇ ଉତ୍ତେଜନା ଦେଖାଦେଇଛି। ସାହିଲୋକେ ଏହାକୁ ବିରୋଧ କରିଛନ୍ତି। ସକାଳୁ ରାସ୍ତାରୋକ କରିବା ସହ କୌଣସି ତଦନ୍ତକାରୀ ସଂସ୍ଥାଙ୍କୁ ଗାଁକୁ ନପୂରାଇବା ପାଇଁ ଗ୍ରାମବାସୀ କହିଛନ୍ତି।
ତେବେ ମଙ୍ଗଳବାର ସାହିର ମାନସ ନାୟକଙ୍କୁ ପଚରାଉଚରା ପାଇଁ ଏସ୍‌ଆଇଟି ନେବାକୁ ଚାହୁଁଥିଲେ ହେଁ ନେଇ ପାରି ନାହିଁ ।