ପରୀ ହତ୍ୟାକାଣ୍ଡ ମାମଲା: ସରୋଜଙ୍କ ଘରେ ଏସ୍‌ଆଇଟି ଟିମ୍‌

ନୟାଗଡ଼ ଅଫିସ,୨୧ା୧୨: ପରୀ ହତ୍ୟାକାଣ୍ଡର ତଦନ୍ତ ପାଇଁ ଏସ୍‌ଆଇଟିର ଦୁଇ ଜଣିଆ ଟିମ୍‌ ଯଦୁପୁର ଗାଁରେ ପହଞ୍ଚିଛନ୍ତି। ମହିଳା ଇନ୍ସପେକ୍ଟର ପ୍ରଥମେ ସରୋଜଙ୍କ ମା’ ଓ ପରେ ଗାଁ ସଭାପତିଙ୍କ ପଚରାଉଚରା କରିଛନ୍ତି। ତେବେ ଅଭିଯୁକ୍ତଙ୍କୁ ତାଙ୍କ ସାଙ୍ଗରେ ଆଣି ନ ଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଗାଁ ସଭାପତି ଜୟକୃଷ୍ଣ ପରିଡ଼ା କହିଛନ୍ତି, ଏସାଇଟି କହୁଛନ୍ତି ଆମେ ଅଭିଯୁକ୍ତଙ୍କୁ ଡେମୋ କରିବାକୁ ଆଣିବୁ। ଗାଁରେ ଉତ୍ତେଜନା ସୃଷ୍ଟି ହୋଇପାରେ। ଗାଁ ଲୋକଙ୍କର ସହଯୋଗ ମାଗିଛନ୍ତି। ତେବେ ୨୪ ତାରିଖ ଭିତରେ ଏସ୍‌ଆଇଟି ଗିରଫ ଅଭିଯୁକ୍ତଙ୍କ ସବୁ ପ୍ରମାଣ ଦେବ ବୋଲି କହିଛି।

Share