ଗାଁ ଦାଣ୍ଡରେ ପରିବା ବିକାଳିଙ୍କୁ ହତ୍ୟା

ଠାକୁରମୁଣ୍ଡା,୩୦।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ସାତକୋଶିଆ ପଞ୍ଚାୟତ ପ୍ରଧାନସାହି ଗାଁ ରାସ୍ତାରେ ଗୁରୁବାର ରାତିରେ ଜଣେ ପରିବା ବିକାଳିଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକ ହେଲେ ପ୍ରଧାନସାହିର ବାଘ ମହାନ୍ତି। ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ରକ୍ତଭିଜା ଛୁରି, ବାଘଙ୍କ ଲୁନା ମୋଟର ସାଇକେଲ ସହ ପରିବା ବିକ୍ରିର କିଲଦଣ୍ଡି ପଡି ରହିଛି।
ଖବର ପାଇ ମହୁଲଡ଼ିହା ଥାନା ପୋଲିସ ଓ କରଞ୍ଜିଆ ପୋଲିସ ଏସ୍‌ଡିପିଓ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ମହୁଲଡ଼ିହା ଥାନାରେ ଏକ ହତ୍ୟା ମାମଲା (ନଂ.୫୧/୨୦୨୨) ରୁଜୁ ହୋଇଛି। ହତ୍ୟାକାଣ୍ଡର କାରଣ ଜଣାପଡି ନାହିଁ। ପରିବା ବିକ୍ରି କରିବାକୁ ବାଘ ଗୁରୁବାର ସାତକୋଶିଆ ସାପ୍ତାହିକ ହାଟକୁ ଯାଇଥିଲେ। ରାତିରେ ଘରକୁ ଫେରୁଥିବା ବେଳେ କେକେତ ଦୁର୍ବୁତ୍ତ ତାଙ୍କୁ ଛୁରି ଭୁସି ହତ୍ୟା କରିଥିବା ଜଣାପଡିଛି।

Share