ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ‘ଜଗତ୍ ଜନନୀ ମା’ ବୈଷ୍ଣୋ ଦେବୀ’ କାହାଣୀ ପୁଣିଥରେ ଛୋଟ ପରଦାକୁ ଫେରୁଛି। ଶୋ’ରେ ବୈଷ୍ଣୋ ଦେବୀ ଚରିତ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ ପୂଜା ବାନାର୍ଜୀଙ୍କୁ ଦେଖିବାକୁ ମିଳିଥିଲା। ଏବେ ତାଙ୍କ ଚରିତ୍ରରେ ପରିଧି ଶର୍ମାଙ୍କୁ ଦେଖିବାକୁ ମିଳିବ। ଏଥିପାଇଁ ପରିଧି ଉତ୍ସାହିତ ଥିବା ବେଳେ ଶୋ’ର ନିର୍ମାତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ନିଜ ଚରିତ୍ରକୁ ସଫଳ ଭାବେ ପରଦା ଉପରେ ଉପସ୍ଥାପିତ କରିବା ପାଇଁ ସେ ଶୋ’ର ପୁରୁଣା ଏପିସୋଡ୍କୁ ବାରମ୍ବାର ଦେଖୁଛନ୍ତି। ଦର୍ଶକ ତାଙ୍କୁ ପୂର୍ଣ୍ଣ ସମର୍ଥନ କରିବେ ବୋଲି ପରିଧି ବିଶ୍ୱାର ରଖିଥିବା କହିଛନ୍ତି।