Pariksha Pe Charcha 2024: ପିଲାଙ୍କ ରିପୋର୍ଟ କାର୍ଡକୁ ଭିଜିଟିଂ କାର୍ଡ.ନ କରନ୍ତୁ, କହିଲେ ମୋଦି…

ନୂଆଦିଲ୍ଲୀ,୨୯।୧ : ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାମାନଙ୍କୁ ପରୀକ୍ଷା ଚାପରୁ ମୁକ୍ତି ପାଇବାକୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ଗୁରୁମନ୍ତ୍ରା ପ୍ରଦାନ କରିଛନ୍ତି। ମାତାପିତାମାନେ ସେମାନଙ୍କ ପିଲାମାନଙ୍କର ପ୍ରଦର୍ଶନ ଏବଂ ରିପୋର୍ଟ କାର୍ଡକୁ ସେମାନଙ୍କର ଭିଜିଟିଂ କାର୍ଡ ନ କରିବାକୁ ସେ ନିବେଦନ କରିଛନ୍ତି। ପ୍ରତିଯୋଗିତା ସୁସ୍ଥ କ୍ଷେତ୍ରରେ ରହିବା ଉଚିତ, ସାଙ୍ଗମାନଙ୍କ ପ୍ରତି ଇର୍ଷା ଅନୁଭବ କରିବା ଉଚିତ ନୁହେଁ। ଅନ୍ୟମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ ନୁହେଁ ବରଂ ନିଜ ସହିତ ଲଢ଼େଇ କରନ୍ତୁ। ସାଙ୍ଗମାନଙ୍କୁ ସାହାଯ୍ୟ କରନ୍ତୁ ଏବଂ ସାହାଯ୍ୟ ନିଅନ୍ତୁ। ଏହା ଦ୍ୱାରା ସଭିଏଁ ପରୀକ୍ଷା ଚାପକୁ ଦୂର କରିପାରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ମୁଁ ପ୍ରତ୍ୟେକ ଚ୍ୟାଲେଞ୍ଜକୁ ଚ୍ୟାଲେଞ୍ଜ କରେ। ଚ୍ୟାଲେଞ୍ଜ ଆସିବ ପରିସ୍ଥିତିର ଉନ୍ନତି ହେବ ତାହାକୁ ମୁଁ ଅପେକ୍ଷା କରି ଶୋଇ ରୁହେ ନାହିଁ। ମୁଁ ପ୍ରତ୍ୟେକ ଚ୍ୟାଲେଞ୍ଜ ପାଇଁ ରଣନୀତି ପ୍ରସ୍ତୁତ କରେ।

ମୋବାଇଲରେ ଯେତେ ପ୍ରିୟ ଜିନିଷ ଆସୁନା କାହିଁକି, ଏଥିପାଇଁ ଏକ ସମୟ ସ୍ଥିର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଶିକ୍ଷକମାନେ ପିଲାମାନଙ୍କ ସହ ମିଶିବା ଉଚିତ। ଆପଣ ଶ୍ରେଣୀରେ ଏକ ଆରାମଦାୟକ ପରିବେଶ ସୃଷ୍ଟି କରିବା ଉଚିତ ଯାହା ଦ୍ୱାରା ପିଲାମାନେ ଆପଣଙ୍କ ପ୍ରତି ଆଗ୍ରହ ପ୍ରକାଶ କରିବେ।

ଆମେ ନିର୍ଣ୍ଣାୟକ ହେବାର ଅଭ୍ୟାସ ବିକାଶ କରିବା ଉଚିତ। ଅନିର୍ଣ୍ଣାୟକ ବହୁତ ଖରାପ ଅଟେ। ଏଥିରୁ ବାହାରିବା ଉଚିତ। ତୁମେ ଯେତେ ଲେଖିବ, ତୁମେ ଆଗକୁ ଯିବ। ଭୁଲଗୁଡ଼ିକୁ ବୁଝିପାରିବ।

ଜଣେ ଶିକ୍ଷକଙ୍କ କାମ କେବଳ ଗୋଟିଏ କାମ କରିବା କିମ୍ବା ଚାକିରି ବଦଳାଇବା ନୁହେଁ, ତାଙ୍କ କାମ ହେଉଛି ଜୀବନକୁ ବଢ଼ାଇବା ଏବଂ ଏହାକୁ ଶକ୍ତି ଦେବା। କେବଳ ଏହିପରି ଶିକ୍ଷକମାନେ ପରିବର୍ତ୍ତନ ଆଣନ୍ତି ।

ଛାତ୍ରୀଛାତ୍ରମାନେ ପୂର୍ବ ଅପେକ୍ଷା ଅଧିକ ଅଭିନବ ହୋଇପାରିଛନ୍ତି, ଏହି କାର୍ଯ୍ୟକ୍ରମ ମଧ୍ୟ ମୋ ପାଇଁ ଏକ ପରୀକ୍ଷା ଭଳି।
କୌଣସି ପିଲାକୁ ଅନ୍ୟ କାହା ସହିତ ତୁଳନା କରିବା ଉଚିତ ନୁହେଁ କାରଣ ଏହା ତାଙ୍କ ଭବିଷ୍ୟତ ପାଇଁ କ୍ଷତିକାରକ ହୋଇପାରେ।
କିଛି ଅଭିଭାବକ ସେମାନଙ୍କ ପିଲାଙ୍କ ରିପୋର୍ଟ କାର୍ଡକୁ ସେମାନଙ୍କର ଭିଜିଟିଂ କାର୍ଡ ବୋଲି ଭାବନ୍ତି, ଏହା ଠିକ ନୁହେଁ।
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ପ୍ରତିଯୋଗିତା ଏବଂ ଆହ୍ବାନ ଜୀବନରେ ପ୍ରେରଣା ଭାବରେ କାର୍ଯ୍ୟ କରିଥାଏ, କିନ୍ତୁ ପ୍ରତିଯୋଗିତା ସୁସ୍ଥ ହେବା ଉଚିତ।

 


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ

ନୂଆଦିଲ୍ଲୀ,୨୦ା୯ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ଆତିଶୀ ଶନିବାର ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ...

ତିରୁପତି ଲଡ଼ୁ ବିବାଦ: ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ,୨୦ା୯: ତିରୁପତି ଲଡ଼ୁ ବିବାଦ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପାଇଁ ଜଣେ ଆଇନଜୀବୀ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି।...

ମାଓବାଦୀଙ୍କୁ ଅସ୍ତ୍ରତ୍ୟାଗ ପାଇଁ ଶାହାଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୦ା୯: ମାଓବାଦୀମାନେ ସେମାନଙ୍କ ଅସ୍ତ୍ରଶସ୍ତ୍ର ତ୍ୟାଗକରି ଆତ୍ମସମର୍ପଣ କରିବା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶୁକ୍ରବାର ଅପିଲ୍‌ କରିଛନ୍ତି। ସେମାନେ ଯଦି ହିଂସାତ୍ମକ ପନ୍ଥା...

ଘାଟିରେ ଖସିପଡ଼ିଲା ବସ୍‌: ୪ ଯବାନ ମୃତ, ୨୮ଗୁରୁତର

କଶ୍ମୀର,୨୦।୯: କଶ୍ମୀର ବୁଦ୍ଧଗାମ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବିଏସ୍‌ଏଫ୍‌ ଯବାନଙ୍କୁ ଧରି ଯାଉଥିବା ଏକ ବସ୍‌ ଦୁର୍ଘଟଣା ହୋଇ ଘାଟି...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ହ୍ୟାକ୍‌

ନୂଆଦିଲ୍ଲୀ,୨୦ା୯: ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଶୁକ୍ରବାର ହ୍ୟାକ୍‌ ହୋଇଛି। ଆମେରିକୀୟ କମ୍ପାନୀ ରିପଲ୍‌ ଲାବ୍‌ସ ଦ୍ୱାରା ବିକଶିତ କ୍ରିପ୍ଟୋକରେନ୍ସିର ପ୍ରଚାର ପ୍ରସାର କରାଉଥିବା ଭିଡିଓ ଏଥିରେ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri