ପୁଣିଥରେ ଏକାଠି ନଜର ଆସିଲେ ପରିଣିତି-ରାଘବ, ଖୁବଶୀଘ୍ର କରିବେ ବିବାହ!

ମୁମ୍ବାଇ: ପୁଣିଥରେ ଏକାଠି ସ୍ପଟ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ ରାଘବ ଚଢା। ଯେବେଠାରୁ ଏମାନେ ଏକାଠି ନଜର ଆସିଛନ୍ତି ସେବେଠାରୁ ଏମାନଙ୍କ ଆଫେୟାର୍ସକୁ ନେଇ ଆଲୋଚନା ହେଉଛି। କୁହାଯାଉଛି କି ଏମାନେ ଖୁବ ଶୀଘ୍ର ବିବାହ କରିପାରନ୍ତି। ରିପୋର୍ଟରେ କୁହାଯାଉଛି କି ପରିଣିତି ଓ ରାଘବ ନିକଟରେ ରୋକା କରିପାରନ୍ତି, ଆଉ ଏହାପରେ ଏମାନେ ବିବାହ କରିନେବେ। ଏହାରି ଭିତରେ ପରିଣିତି ଓ ରାଘବଙ୍କୁ ପୁଣିଥରେ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ରବିବାର ସକାଳେ ପରିଣିତି ଓ ରାଘବଙ୍କୁ ଏକାଠି ମୁମ୍ବାଇ ବିମାନ ବନ୍ଦରରେ ସ୍ପଟ କରାଯାଇଛି। ସେହି ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦେଖିବାକୁ ମିଳିଛି ରାଘବ ଜିନ୍ସ ଓ ସାର୍ଟ ପିନ୍ଧିଥିବା ବେଳେ ପରିଣିତି ବି ଜିନ୍ସ ଓ ବ୍ଲାକ ଟିସର୍ଟରେ ନଜର ଆସିଛନ୍ତି।
ପରିଣିତି ଅବା ରାଘବ ସେମାନଙ୍କ ରିଲେସନଶିପକୁ ନେଇ ଏବେ ପର୍ଯ୍ୟନ୍ତ କିଛି କହି ନ ଥିବା ବେଳେ କିଛିଦିନ ପୂର୍ବରୁ ଆମ ଆଦମୀ ପାର୍ଟି (ଏଏପି)ନେତା ସଞ୍ଜିବ ଆରୋଡା ଓ ସିଙ୍ଗର ହାର୍ଡି ସଂନ୍ଧୁ ଏହି ଲଭ ବାର୍ଡଙ୍କୁ ବିବାହ ଶୁଭେଚ୍ଛା ଜଣାଇଥିଲେ। ଆଉ ଏହାପରଠାରୁ ଏମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି।

Share