ନଭେମ୍ବରରେ ବିବାହ କରିବେ ପରିଣିତି!

ମୁମ୍ବାଇ: ପରିଣିତି ଚୋପ୍ରା ଓ ଉଦୟ ଚଢା ଗତ କିଛିଦିନ ହେବ ଖୁବ ଚର୍ଚ୍ଚାରେ ରହୁଛନ୍ତି। ଏହା ସେମାନଙ୍କ ପର୍ସନାଲ ଲାଇଫ ବା ବିବାହକୁ ନେଇ। ଗତ ମାସରେ ବଲିଉଡ କୁଇନ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି) ନେତା ରାଘବଙ୍କର ଏନଗେଜମେଣ୍ଟ ହୋଇଥିବା ବେଳେ ଏବେ ଏହି କପଲ ବିବାହ ପାଇଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ପରିଣିତି-ରାଘବ ବି ଅନ୍ୟ ସେଲିବ୍ରିଟିଙ୍କ ପରି ରାଜସ୍ଥାନକୁ ସେମାନଙ୍କ ଓ୍ବେଡିଂ ଡେଷ୍ଟିନେଶନ ବାଛି ପାରନ୍ତି ବୋଲି କୁହାଯାଉଛି। ଆଲୋଚନା ହେଉଛି କି ଉଦୟପୁରର ଏକ ପ୍ୟାଲେସରେ ଏହି କପଲ ବିବାହ କରିପାରନ୍ତି। ସୂଚନାଯୋଗ୍ୟ, ପରିଣିତିଙ୍କ କଜିନ ସିଷ୍ଟର ତଥା ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବି ଉଦୟପୁର ପ୍ୟାଲେସରେ ବିବାହ କରିଥିଲେ।
ଏକ ରିପୋର୍ଟ ଅନୁଯାୟୀ, ପରିଣିତି ଓ ରାଘବଙ୍କୁ ଉଦୟପୁରର ଦ ଓବରୟ ଉଦୟବିଲାସ ପସନ୍ଦ ଆସିଥିବା କୁହାଯାଉଛି। ଏହି ପ୍ରପର୍ଟି ପିଛୋଲା ହ୍ରଦ ନିକଟରେ ରହିଛି। ସୁନ୍ଦର ହ୍ରଦ ନିକଟରେ ଏକ ମନୋରମ ବିଶାଳକାୟ ବଗିଚା ବି ରହିଛି। କୁହାଯାଉଛି କି ପରିଣିତି ଓ ରାଘବ ଏହାକୁ ହିଁ ସେମାନଙ୍କ ଓ୍ବେଡିଂ ଡେଷ୍ଟିନେଶନ କରିପାରନ୍ତି।

Share