ମେ ୧୩ରେ ହେବ ପରିଣିତି-ରାଘବଙ୍କ ଏନଗେଜମେଣ୍ଟ?

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଗତ କିଛିଦିନ ହେବ ତାଙ୍କ ପର୍ସନାଲ ଲାଇଫକୁ ନେଇ ଅଛନ୍ତି ଚର୍ଚ୍ଚାରେ। ଅଭିନେତ୍ରୀଙ୍କ ବିବାହ ଖବର କିଛି ଦିନ ହେବ ଭାଇରାଲ ହେବାରେ ଲାଗିଛି। ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି) ନେତା ରାଘବ ଚଢା କିଛିଦିନ ପୂର୍ବରୁ ଏକାଠି ଲଞ୍ଚ ଓ ଡିନର ଡେଟରେ ନଜର ଆସିଥିଲେ। ସେବେଠାରୁ ଏମାନଙ୍କ ଆଫେୟାର ଓ ବିବାହକୁ ନେଇ ଖବର ଆସିବାରେ ଲାଗିଛି। ହେଲେ ଏବେ ପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରୁ କେହି ଜଣେ ବି ଏହାକୁ ନେଇ ମୁହଁ ଖୋଲି ନାହାନ୍ତି।
ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚରେ ପରିଣିତି ଓ ରାଘବଙ୍ଗୁ ଦୁଇଥର ଏକ ରେସ୍ତୋରାଁରୁ ବାହାରୁୁ ଥିବା ଦେଖାଯାଇଥିଲା। ଏହାପରଠାରୁ ଏମାନଙ୍କ ବିବାହକୁ ନେଇ ଅନୁମାନ ଲଗାଯାଉଛି। ମିଡିଆ ରିପୋର୍ଟରେ ଦାବି କରାଯାଇଛି କି ଉଭୟ ତାଙ୍କର ଏହି ସମ୍ପର୍କକୁ ଏକ ଭିନ୍ନ ରାସ୍ତାରେ ନେବାକୁ ଯାଉଛନ୍ତି। ଏବେ ମିଡିଆ ରିପୋର୍ଟରେ କୁହାଯାଉଛି କି ପରିଣିତି ଓ ରାଘବ ମେ’ ୧୩ରେ ରିଙ୍ଗ ଏନଗେଜମେଣ୍ଟ ପରିପାରନ୍ତି।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ରାଘବ ଓ ପରିଣିତି ମେ’ ୧୩ରେ ଏନଗେଜମେଣ୍ଟ କରିପାରନ୍ତି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି କି ଏହି ଏନଗେଜମେଣ୍ଟ ଦିଲ୍ଲୀରେ ହେବ। ଏହା ପୂର୍ବରୁ ଖବର ଆସିଥିଲା କି ପରିଣିତି ଓ ରାଘବଙ୍କ ରୋକା ସେରିମନି ସରିଯାଇଛି। ଆଉ ଏମାନେ ଚଳିତ ବର୍ଷ ଅକ୍ଟୋବରରେ ବିବାହ କରିବାକୁ ଯାଉଛନ୍ତି।

Share