ମୁମ୍ବାଇ: ଉଦୟପୁରରେ ଧୁମଧାମ ଢଙ୍ଗରେ ବିବାହ ପରେ ପାରିଣିତି ଚୋପ୍ରା ଏବଂ ରାଘବ ଚଢା ଦିଲ୍ଲୀ ଆସିଛନ୍ତି। ବର୍ତ୍ତମାନ ପ୍ରଶଂସକଙ୍କ ଆଖି ସେମାନଙ୍କ ରିସେପ୍ସନ ପାର୍ଟି ଉପର। ରିସେପ୍ସନକୁ ନଇ କେତେକଥା ଶୁଣିବାକୁ ମିଳୁଛି। କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଦମ୍ପତି ତିନୋଟି ରିସେପ୍ସନ ଆୟୋଜନ କରିବାକୁ ଯାଉଛନ୍ତି। ଏହି ରିସେପ୍ସନ ପାର୍ଟି ମଧ୍ୟରୁ ଗୋଟିଏ ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବ। ଏହାକୁ ନେଇ ଏକ କାର୍ଡ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୩୦ରେ ଚଣ୍ଡିଗଡ଼ରେ ପାରିଣିତି ଏବଂ ରାଘବ ଚଢାଙ୍କ ରିସେପ୍ସନ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ରିସେପ୍ସନ କାର୍ଡ ବୋଲି କୁହାଯାଉଛି। ରିସେପ୍ସନ ପାର୍ଟିର ଏହି କାର୍ଡରେ ପାରିଣିତି ଏବଂ ରାଘବ ଚଢାଙ୍କ ଫଟୋ ମଧ୍ୟ ରହିଛି।
ଏଥିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ୩୦ସେପ୍ଟେମ୍ବରରେ ଚଣ୍ଡିଗଡ଼ ତାଜରେ ଏକ ରିସେପ୍ସନ ପାର୍ଟି ଅନୁଷ୍ଠିତ ହେବାକୁ ଯାଉଛି।
କେତେକ ରିପୋର୍ଟରେ ଦାବି କରାଯାଇଛି ଯେ ଏହି ଦମ୍ପତି ଦୁଇଟି ରିସେପ୍ସନ ପାର୍ଟି ଦେବେ, ସେଥିମଧ୍ୟରୁ ଗୋଟିଏ ଦିଲ୍ଲୀରେ ଅନୁଷ୍ଠିତ ହେବ, ଯେଉଁଥିରେ ରାଜପୈତିକ ପରିବାରର ସେଲିବ୍ରିଟିମାନେ ଯୋଗଦେବେ। ଯେତେବେଳେ କି, ପାରିଣିତିଙ୍କ ଇଣ୍ଡଷ୍ଟ୍ରି ସାଙ୍ଗମାନଙ୍କ ପାଇଁ ମୁମ୍ବାଇରେ ଦ୍ୱିତୀୟ ପାର୍ଟିର ଆୟୋଜନ କରାଯିବ। ତେବେ ରିସେପ୍ସନ ସମ୍ବନ୍ଧରେ କୌଣସି ଅଫିସିୟାଲ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।