ଏହି ରାଜନେତାଙ୍କୁ ଡେଟ୍‌ କରୁଛନ୍ତି ପରିଣୀତି

ରାଜନୀତି ଏବଂ ବଲିଉଡ ମଧ୍ୟରେ ସମ୍ପର୍କ ନୂଆ ନୁହେଁ। ଅନେକ ରାଜନେତା ବଲିଉଡ୍‌ ସେଲିବ୍ରିଟିଙ୍କୁ ବିବାହ କରିଛନ୍ତି। ନିକଟରେ ଆଉ ଜଣେ ଅଭିନେତା ଏବଂ ରାଜନେତା ପରସ୍ପରକୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ହେଉଛି। ସେମାନେ ହେଲେ ଆମ ଆଦମୀ ପାର୍ଟିର ନେତା ତଥା ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା। ଉଭୟଙ୍କୁ ନିକଟରେ ଏକ ରେଷ୍ଟୁରାଣ୍ଟ ବାହାରେ ଦେଖିବାକୁ ମିଳିଛି। ଉଭୟ ଧଳା ଶର୍ଟରେ ନଜର ଆସିଥିଲେ।
ଚଳିତ ବର୍ଷ ଜାନୁୟାରୀରେ ପରିଣୀତି ଏବଂ ରାଘବ ଚଢାଙ୍କୁ ‘ଇଣ୍ଡିଆ ୟୁକେ ଆଉଟ୍‌ଷ୍ଟାଣ୍ଡିଙ୍ଗ୍‌ ଆଚିଭର୍‌ ଅନର୍ସ’ରେ ସମ୍ମାନିତ କରାଯାଇଥିଲା। ଭାରତରେ ପ୍ରଥମଥର ପାଇଁ କେହି ଏହି ସମ୍ମାନ ପାଇଥିଲେ।
ନ୍ୟାଶନାଲ ଇଣ୍ଡିଆନ ଷ୍ଟୁଡେଣ୍ଟସ ଏବଂ ଆଲୁମିନି ୟୁନିଅନ (ଏନ୍‌ଆଇଏସଏୟୁ) ଏବଂ ଭାରତର ବ୍ରିଟିଶ କାଉନସିଲ ଏବଂ ବ୍ରିଟେନର ଅନ୍ତର୍ଜାତୀୟ ବାଣିଜ୍ୟ ବିଭାଗ (ଡିଆଇଟି)ର ମିଳିତ ସହଯୋଗରେ ଏହି ସମ୍ମାନ ସମାରୋହ ଆୟୋଜନ କରାଯାଇଥିଲା। ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରମାନଙ୍କୁ ଧ୍ୟାନରେ ରଖି ଏହି ସମାରୋହ କରାଯାଇଥିଲା। ବିଶେଷ କଥା ହେଉଛି ଭାରତୀୟ ଛାତ୍ରମାନଙ୍କ ସଫଳତାକୁ ବିଚାର କରି ଏଠାରେ ପାଳନ କରାଯାଇଥିଲା।
୧୫ ବର୍ଷ ପୂର୍ବେ ପରିଣୀତି ଚୋପ୍ରା ବ୍ରିଟେନର ମଞ୍ଚେଷ୍ଟର ସ୍କୁଲର ଛାତ୍ର ଥିଲେ। ରାଘବ ଚଢା ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରୁ ଅଧ୍ୟୟନ କରିଛନ୍ତି। ଉଭୟ ପରିଣୀତି ଏବଂ ରାଘବ ଅଧ୍ୟୟନରେ ସ୍ମାର୍ଟ ଥିଲେ ଏବଂ ସେମାନଙ୍କ ଶ୍ରେଣୀର ଟପ୍ପର ମଧ୍ୟ ଥିଲେ।

Share