ଅକ୍ଟୋବରରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି-ରାଘବ

ନୂଆଦିଲ୍ଲୀ/ମୁମ୍ବାଇ,୨୦।୪: ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଘରେ ଖୁବ୍‌ଶୀଘ୍ର ଶେହନାଇ ବାଜିବାକୁ ଯାଉଛି। ମିଳିଥିବା ରିପୋର୍ଟ ଅନୁସାରେ ଏଏପି ଏମ୍‌ପି ରାଘବ ଚଡ୍ଡା ଏବଂ ପରିଣୀତି ଚୋପ୍ରା ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବହୁ ଦିନରୁ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛନ୍ତି। ଅନେକ ସମୟରେ ଦୁହିଁଙ୍କୁ ଏକାଠି ମଧ୍ୟ ଦେଖିବାକୁ ମିଳିଛି। ତେବେ ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ ଏକ ବଡ଼ କଥା ସାମ୍ନାକୁ ଆସିଛି। ନିକଟରେ ପରିଣୀତିଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ସେଲିବ୍ରିଟି ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରାଙ୍କ ଘର ବାହାରେ ନଜର ଆସିଥିଲେ। ପୂର୍ବରୁ ରାଘବ ଏବଂ ପରିଣୀତିଙ୍କ ରୋକା ସରିଥିବା ବେଳେ ଚଳିତ ବର୍ଷ ଅକ୍ଟୋବରର ଶେଷ ସୁଦ୍ଧା ସେମାନଙ୍କ ବିବାହ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Share