ଆରମ୍ଭ ହେଲା ପରିଣିତି-ରାଘବଙ୍କ ପ୍ରି ଓ୍ବେଡିଂ ଫଙ୍କସନ, କିର୍ତ୍ତନ ପରେ ଏବେ ଚୋପ୍ରା-ଚଢା ଫ୍ୟାମିଲିଙ୍କ ମଧ୍ୟରେ ହେବ କ୍ରିକେଟ ମ୍ୟାଚ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି) ନେତା ରାଘବ ଚଢା ଏବେ ସେମାନଙ୍କ ବିବାହକୁ ନେଇ ଖୁବ ଚର୍ଚ୍ଚାରେ। ଆଉ ମାତ୍ର କେଇ ଦିନ ମଧ୍ୟରେ ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ। କପଲ ୧୩ ମେ’ ୨୦୨୩ରେ ଦିଲ୍ଲୀରେ ଏନଗେଜମେଣ୍ଟ କରିଥିଲେ। ବର୍ତ୍ତମାନ ଚୋପ୍ରା ଏବଂ ଚଢା ପରିବାରରେ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି।
ଖବର ଅନୁଯାୟୀ,ପରିଣିତି ଓ ରାଘବ ୨୪ ସେପ୍ଟେମ୍ବର ୨୦୨୩ରେ ଉଦୟପୁରରେ ବିବାହ କରିବେ। ଲାଟେଷ୍ଟ ରିପୋର୍ଟ ଅନୁଯାୟୀ, ଏହି କପଲ ଏକ ଇଣ୍ଟିମେଣ୍ଟ ଗେଟ ଟୁଗେଦର ଓ କୀର୍ତ୍ତନ ସହିତ ସେମାନଙ୍କର ବିବାହ ଉତ୍ସବ ଆରମ୍ଭ କରିଛନ୍ତି।
ପରିଣିତି ଚୋପ୍ରା ଏବଂ ରାଘବ ଚଢାଙ୍କ ପ୍ରି ଓ୍ବେଡିଂ ଫଙ୍କସନ ଆରମ୍ଭ ହୋଇ ଯାଇଛି। ଉଭୟଙ୍କ ପରିବାର ବର୍ତ୍ତମାନ ବିବାହ ପୂର୍ବରୁ ଦିଲ୍ଲୀରେ ଅଛନ୍ତି, ଯେଉଁଥିରେ ଅରଦାସ ଏବଂ କୀର୍ତ୍ତନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗତକାଲି ପରିଣିତି ଏବଂ ରାଘବଙ୍କ ବିବାହ କାର୍ଯ୍ୟ ଅରଦାସରୁ ଆରମ୍ଭ ହୋଇଥିଲା।
ଇଟାଇମ୍ସ ରିପୋର୍ଟ ଅନୁଯାୟୀ, ଉତ୍ସବରେ ଏକ ମଜାଦାର ଟୁଇଷ୍ଟ ଆଡ କରିବାକୁ ଦମ୍ପତିଙ୍କ ପରିବାର ଏକ କ୍ରିକେଟ ମ୍ୟାଚ ରେ ଯୋଗଦେବେ। ଏକ ସୂତ୍ରରୁ ଜଣାପଡିଛି, ‘ଅତିଥିମାନଙ୍କ ପାଇଁ ଅନେକ ମଜାଦାର କାର୍ଯ୍ୟକ୍ରମ ଯୋଜନା କରାଯାଇଛି ଏବଂ ସେଥିମଧ୍ୟରୁ ଗୋଟିଏ ହେଉଛି କ୍ରିକେଟ ମ୍ୟାଚ। ତେଣୁ ଏହା ପ୍ରକୃତରେ ରୋମାଞ୍ଚକର ହେବ କାରଣ ଏହା ଚୋପ୍ରା ବନାମ ଚଢା ଫ୍ୟାମିଲି କ୍ରିକେଟ ମ୍ୟାଚ ହେବ। ଏହି ମଜାଳିଆ କାର୍ଯ୍ୟକଳାପରେ ଦମ୍ପତିଙ୍କ ସାଙ୍ଗମାନେ ମଧ୍ୟ ଭାଗ ନେବାକୁ ଯାଉଛନ୍ତି।
ହଁ ଏହି କପଲ କ୍ରିକେଟର ବଡ଼ ପ୍ରଶଂସକ। ମେ’ରେ ଆଇପିଏଲ ମ୍ୟାଚ ଦେଖୁଥିବା ବେଳେ ଉଭୟ ମୋହାଲି ଷ୍ଟାଡିୟମରେ ନଜର ଆସିଥିଲେ। ପରେ ଜୁନରେ ସେ ଲଣ୍ଡନରେ ଭାରତ ବନାମ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ମଧ୍ୟ ଭାଗ ନେଇଥିଲେ।
ଦିଲ୍ଲୀରେ କ୍ରିକେଟ ମ୍ୟାଚ ପରେ ବରକନ୍ୟା ଓ ଉଭୟଙ୍କ ପରିବାର ପରିବାର ଉଦୟପୁର ଯିବେ, ଯେଉଁଠାରେ ବାକି କାର୍ଯ୍ୟ ୨୩ସେପ୍ଟେମ୍ବରରେ ହେବ, ପରେ ବିବାହ ୨୪ ସେପ୍ଟେମ୍ବରରେ ହେବ। ବର୍ତ୍ତମାନ, ଚୋପ୍ରା ଏବଂ ଚଢା ଫ୍ୟାମିଲି ଏମାନଙ୍କ ବିବାହକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସ୍ତାବିତ ୪୦ ସମବାୟ ସମିତି ଖୋଲାଯାଇ କାର୍ଯ୍ୟକ୍ଷମ ଦାବି

ନୂଆପଡ଼ା,୧୨ା୪ (ମକାରୁ ବେମାଲ):ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଗୁରୁବାର ବରଗଡ଼ ଜିଲା ଗସ୍ତରେ ଆସିଥିବାବେଳେ ନୂଆପଡ଼ା ଜିଲାର ବରିଷ୍ଠ ଭାଜପା...

ବିନା ଲାଇସେନ୍ସରେ ବେଆଇନ ମହୁଲ ଫୁଲ ସଂଗ୍ରହ: ପିକ୍‌ଅପ୍‌ ଜବତ, ଜଣେ ଗିରଫ

ଦେବଗଡ଼,୧୨ା୪(ଶଶାଙ୍କ ଶେଖର ଝାଙ୍କର): ବିନା ଲାଇସେନ୍ସରେ ବେଆଇନ ମହୁଲ ସଂଗ୍ରହ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୪ କ୍ୱିଣ୍ଟାଲ ମହୁଲ ଜବତ କରାଯିବା...

୧୦ ଦିନ ହେଲା ନାହିଁ ମୋବାଇଲ ନେଟ୍‌ଓ୍ବର୍କ, ଉପଭୋକ୍ତା ହନ୍ତସନ୍ତ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ପରିଚିତ ପର୍ତ୍ତମାହାରେ ଗତ ୧୦ଦିନ ହେଲା ବିଏସ୍‌ଏନ୍‌ଏଲ୍‌ର ମୋବାଇଲ ନେଟ୍‌ଓ୍ବର୍କ ଠପ୍‌ ହୋଇଯାଇଛି।...

୨୧ରେ ଭାରତ ଆସିପାରନ୍ତି ଜେ.ଡି. ଭାନ୍ସ

ନୂଆଦିଲ୍ଲୀ,୧୨।୪:ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ୍‌ ଓ୍ବାଲ୍ଟଜ୍‌ ଆସନ୍ତା ୨୧ରୁ ୨୪ ମଧ୍ୟରେ ଭାରତ ଆସିପାରନ୍ତି। ଭାନ୍ସଙ୍କ ସହ ତାଙ୍କ...

ମୋବାଇଲ ଦୋକାନରୁ ଚୋରି ଘଟଣା: ୩୦ ମୋବାଇଲ ସମେତ ୭୧୦୦ ଟଙ୍କା ଜବତ

ଭବାନୀପାଟଣା,୧୨ା୪: କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଶୁକ୍ରବାର ବିଭିନ୍ନ କମ୍ପାନୀର ୩୦ଟି ଚୋରି ମୋବାଇଲ ସମେତ ନଗଦ ୭୧ଶହ ଟଙ୍କା ଜବତ କରିଛି।...

ଦାଦାଙ୍କ ଗଣ୍ଡିମୁଣ୍ଡ ଅଲଗା କରିଦେଲେ ପୁତୁରା: କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ତଳକଇଁସାରୀ ଗ୍ରାମରେ ଗତକାଲି ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ଗଣ୍ଡଗୋଳକୁ ନେଇ...

ଏଇ ଭାରତରେ

କେରଳର ଆର୍‌. ବିଶ୍ୱନ ମହୁ ଚାଷକରି ବର୍ଷକୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ଫାର୍ମରେ ଏବେ ୬,୦୦୦ ମହୁ ବାକ୍ସ ଅଛି ଓ...

ଓଡ଼ିଶାର ବିକାଶ ଓ ଶ୍ରୀଜଗନ୍ନାଥ

ଗୋଟିଏ ରାଜ୍ୟର ବିକାଶ ବିବିଧ ଉତ୍ସ ଦ୍ୱାରା ହୋଇଥାଏ। ତନ୍ମଧ୍ୟରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶା କଳା, ସଂସ୍କୃତି, ପ୍ରାକୃତିକ ପରିବେଶ ତଥା ଧାର୍ମିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image