ବିବାହ ଫଟୋ ଶେୟାର କଲେ ରାଗନୀତି

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। କରିଥିଲେ। ପ୍ରଶଂସକମାନେ ରାଗନୀତିଙ୍କ ବିବାହ ଫଟୋକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ସୋମବାର ସକାଳେ ଏହି ନବ ବିବାହିତ ଦମ୍ପତି ଶେଷରେ ସେମାନଙ୍କର ଡ୍ରିମ୍‌ ଓ୍ବେଡିଂର ପ୍ରଥମ ଫଟୋ ଶେୟାର କରିଥିଲେ। ପରିଣୀତି ମନୀଷ ମାଲହୋତ୍ରାଙ୍କ ଦ୍ୱାରା ଏକ ସୁନ୍ଦର ବେଜ୍‌ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ଏହା ସହ ଏକ ସୁନ୍ଦର ହୀରା ହାର ପିନ୍ଧିଥିଲେ। ସ୍ବାମୀ ରାଘବଙ୍କ ନାଁ ଥିବା ଏକ କଷ୍ଟୋମାଇଜଡ ଓଢଣୀ ପକାଇଥିଲେ।
ରାଘବ ଫ୍ୟାଶନ ଡିଜାଇନର୍‌ ପୱନ ସଚ୍ଚଦେବଙ୍କ ଦ୍ୱାରା ପରିକଳ୍ପିତ ଧଳା ଶେରୱାନି ପିନ୍ଧିଥିଲେ। ସେ ଏକ ସୁନ୍ଦର ମଲ୍ଟିଲାୟର ମୋତି ହାର ଏବଂ ମୁଦି ସହ ଏକ ବେଜ ରଙ୍ଗର ପଗଡି ପିନ୍ଧିଥିଲେ।

Share