ବିବାହକୁ ନେଇ ଚର୍ଚ୍ଚା ମଧ୍ୟରେ ପରିଣୀତି-ରାଘବଙ୍କ ବିବାହ କାର୍ଡ ଭାଇରାଲ !

ବମ୍ବେ: ସରିଥିଲା ନିର୍ବନ୍ଧ, ଏବେ ପଡ଼ିବ ହାତଗଣ୍ଠି। ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢ୍ଢାଙ୍କ ବିବାହ ଚଳିତ ମାସ ୨୪ ତାରିଖରେ ହେବ ବୋଲି ଚର୍ଚ୍ଚା ହେଉଥିଲା। ଏବେ ଦୁହିଁଙ୍କ ବିବାହ କାର୍ଡ ଭାଇରାଲ ହେବା ପରେ ଏହା ସ୍ପଷ୍ଟ ହୋଇଛି। ଉଦୟପୁରର ଭବ୍ୟ ପ୍ୟାଲେସ୍‌ରେ ସେମାନେ ହାତକୁ ଦୁଇ ହାତ ହେବେ। ଏହାପରେ ଚଣ୍ଡିଗଡ଼ରେ ସେପ୍ଟେମ୍ବର ୩୦ରେ ରିସେପ୍ସନ ହେବ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପରିଣୀତି ଏବଂ ରାଘବଙ୍କ ବିବାହ ରାଜସ୍ଥାନର ଉଦୟପୁରର ଦ ଓବରୟ ଉଦୟବିଳାସ ହୋଟେଲରେ ଅନୁଷ୍ଠିତ ହେବ। ବିବାହରେ କେବଳ ପରିବାର ଲୋକେ ଏବଂ କିଛି ଖାସ ବନ୍ଧୁ ଯୋଗ ଦେବେ। ପରିଣୀତି-ରାଘବଙ୍କ ବିବାହ ସମାରୋହ ଦୁଇ ଦିନ ପୂର୍ବରୁ ଅର୍ଥାତ ୨୩ ସେପ୍ଟେମ୍ବରରୁ ଆରମ୍ଭ ହେବ। ୨୩ ସେପ୍ଟେମ୍ବରରେ ହଳଦୀ, ମେହେନ୍ଦି ଏବଂ ସଂଗୀତ ହେବ। ବିବାହରେ ଯୋଗଦେବା ପାଇଁ ସମ୍ପର୍କୀୟମାନେ ୨୨ ସେପ୍ଟେମ୍ବରରେ ଉଦୟପୁରରେ ପହଞ୍ଚିବେ। ଏହି ବିବାହରେ ପ୍ରିୟଙ୍କା ଏବଂ ନିକ ମଧ୍ୟ ଯୋଗଦେବାକୁ ଯାଉଛନ୍ତି।

Share