ଖୁବଶୀଘ୍ର ବାଜିବ ପରିଣୀତିଙ୍କ ସାହାନାଇ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜିକାଲି ରାଜ୍ୟ ସଭା ଏମ୍‌ପି ରାଘବ ଚଢାଙ୍କ ପ୍ରେମରେ ପଡିଛନ୍ତି। ଖୁବ୍‌ଶୀଘ୍ର ଉଭୟଙ୍କ ହାତଗଣ୍ଠି ପଡିବ ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ଦୁହିଁଙ୍କ ପରିବାର ଲୋକଙ୍କ ମଧ୍ୟ ମଧ୍ୟ କଥାବାର୍ତ୍ତା ଆରମ୍ଭ ହୋଇଛି। ନିକଟରେ ପରିଣୀତି ଏବଂ ରାଘବଙ୍କୁ ଏକ ରେଷ୍ଟୁରାଣ୍ଟ ବାହାରେ ଏକତ୍ର ଦେଖିବାକୁ ମିଳିଥିଲା। ଯଦିଓ ଦୁହେଁ ନିଜ ରିଲେଶନଶିପ୍‌କୁ ନେଇ ଏପର୍ଯ୍ୟନ୍ତ ଖୁଲାସା କରିନାହାନ୍ତି। କିନ୍ତୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି। ପରିଣୀତିଙ୍କ ସହ ସମ୍ପର୍କକୁ ନେଇ ପ୍ରଶ୍ନରେ ରାଘବ କହିଛନ୍ତି, ରାଜନୀତି ବିଷୟରେ ପ୍ରଶ୍ନ କରନ୍ତୁ ପରିଣୀତିଙ୍କ ବିଷୟରେ ନୁହେଁ।
ଚଳିତ ବର୍ଷ ଜାନୁୟାରୀରେ ପରିଣୀତି ଏବଂ ରାଘବ ଚଢାଙ୍କୁ ‘ଇଣ୍ଡିଆ ୟୁକେ ଆଉଟ୍‌ଷ୍ଟାଣ୍ଡିଙ୍ଗ୍‌ ଆଚିଭର୍‌ ଅନର୍ସ’ରେ ସମ୍ମାନିତ କରାଯାଇଥିଲା। ଭାରତରେ ପ୍ରଥମଥର ପାଇଁ କେହି ଏହି ସମ୍ମାନ ପାଇଥିଲେ।
ନ୍ୟାଶନାଲ ଇଣ୍ଡିଆନ ଷ୍ଟୁଡେଣ୍ଟସ ଏବଂ ଆଲୁମିନି ୟୁନିଅନ (ଏନ୍‌ଆଇଏସଏୟୁ) ଏବଂ ଭାରତର ବ୍ରିଟିଶ କାଉନସିଲ ଏବଂ ବ୍ରିଟେନର ଅନ୍ତର୍ଜାତୀୟ ବାଣିଜ୍ୟ ବିଭାଗ (ଡିଆଇଟି)ର ମିଳିତ ସହଯୋଗରେ ଏହି ସମ୍ମାନ ସମାରୋହ ଆୟୋଜନ କରାଯାଇଥିଲା। ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରମାନଙ୍କୁ ଧ୍ୟାନରେ ରଖି ଏହି ସମାରୋହ କରାଯାଇଥିଲା। ବିଶେଷ କଥା ହେଉଛି ଭାରତୀୟ ଛାତ୍ରମାନଙ୍କ ସଫଳତାକୁ ବିଚାର କରି ଏଠାରେ ପାଳନ କରାଯାଇଥିଲା।
୧୫ ବର୍ଷ ପୂର୍ବେ ପରିଣୀତି ଚୋପ୍ରା ବ୍ରିଟେନର ମଞ୍ଚେଷ୍ଟର ସ୍କୁଲର ଛାତ୍ର ଥିଲେ। ରାଘବ ଚଢା ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରୁ ଅଧ୍ୟୟନ କରିଛନ୍ତି। ଉଭୟ ପରିଣୀତି ଏବଂ ରାଘବ ଅଧ୍ୟୟନରେ ସ୍ମାର୍ଟ ଥିଲେ ଏବଂ ସେମାନଙ୍କ ଶ୍ରେଣୀର ଟପ୍ପର ମଧ୍ୟ ଥିଲେ।

Share