ମୁମ୍ବାଇ: ବଲିଉଡ୍ ନାୟିକା ପରିଣିତି ଚୋପ୍ରା ଏବେ ଚର୍ଚ୍ଚାରେ । ସେ ତାଙ୍କର ଫିଲ୍ମ ‘ଦ ଗର୍ଲ ଅନ୍ ଦ ଟ୍ରେନ’କୁ ନେଇ ଅଛନ୍ତି ଚର୍ଚ୍ଚାରେ । ଏହା ଓଟିଟି ପ୍ଲାଟଫର୍ମ ନେଟପ୍ଲିକ୍ସରେ ରିଲିଜ୍ ହୋଇଛି । ଏହି ଫିଲ୍ମ ରିଲିଜ୍ ହେବା ପରେ ପରିଣିତି ଚୋପ୍ରାଙ୍କୁ ଏକ ସାକ୍ଷାତ୍କାରରେ ଦେଖିବାକୁ ମିଳିଛି । ଯେଉଁଥିରେ ସେ ତାଙ୍କ ପର୍ସନାଲ ଲାଇଫ୍ର ପ୍ରେମ କାହାଣି ସମ୍ପର୍କରେ କହିଛନ୍ତି । ତେବେ ପ୍ରଥମଥର ଲାଗି ସେ ବଲିଉଡ୍ ନାୟକ ଶୈଫ ଅଲି ଖାଁଙ୍କୁ ଏକତରଫା ଭାବେ ମନ ଦେଇ ବସିଥିଲେ ବୋଲି କହିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ସେ କେବେ କାହାସହ ଡେଟିଂରେ ଯାଇ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ ମାତ୍ର ୧୮ ବର୍ଷ ବୟସରେ ସେ ପ୍ରଥମେ କିସ୍ କରିଥିବା କଥା ଖୋଲାଖୋଲି କଥା ହୋଇଛନ୍ତି । ଫିଲ୍ମ ଶୁଟିଂରୁ ଅବସର ମିଳିଲେ ସେ ଘରେ ରହି ଟିଭି ଦେଖିବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି । କେବଳ ସେତିକି ନୁହେଁ ବଲିଉଡ୍ରେ ପାଦ ରଖିବା ପୂର୍ବରୁ ସେ ଖୁ୍ବ୍ ମୋଟା ଥିଲେ ବା ତାଙ୍କ ଶରୀରର ଓଜନ ଅଧିକ ଥିବାରୁ ସେ ଏବେ ଫିଟନେସ୍ ଉପରେ ଗୁରୁତ୍ୱ ଦେଉଥିବା କହିଛନ୍ତି । ପରିଣିତି ଖୁବ୍ଶୀଘ୍ର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହେୱାଲଙ୍କ ବାୟୋପିକରେ ନଜର ଆସିବେ ।