ଅଭିନୟ କରିବେ ବୋଲି ପିଜା ଖାଇବା ଛାଡି ଦେଇଥିଲେ ପରିଣିତି

ମୁମ୍ବାଇ: ବଲିଉଡ୍ କୁଇନ୍ ପରିଣିତି ଚୋପ୍ରା ଅନେକ ୟଙ୍ଗଷ୍ଟରଙ୍କର ପ୍ରଥମ ପସନ୍ଦ ନାୟିକା ବୋଲି କୁହାଯାଏ । ଅଭିନୟରେ ସେ ଯେମିତି ପାରଙ୍ଗମ ପାଠପଢାରେ ବି ସେ ସେମିତି ଆଗରେ । ଦ୍ୱାଦଶ ଶ୍ରେଣୀରେ ସେ ସାରା ଦେଶରେ ଟପ୍ କରିଥିବା ବେଳେ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ବି ହୋଇଛନ୍ତି । ସେ ମ୍ୟାନଚେଷ୍ଟର ବିଜନେସ୍ ସ୍କୁଲରେ ବିଜନେସ୍‌, ଫାଇନାନ୍ସ ଓ ଇକୋନୋମିକ୍ସରେ ଟ୍ରିପିଲ ଅନର୍ସ ଡିଗ୍ରୀ ହାସଲ କରିଛନ୍ତି । ସେଠାରେ ସେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଭାବେ କାମ କରୁଥିଲେ । ହେଲେ କିଛି ସମସ୍ୟା ଯୋଗୁ ସେ ଭାରତ ଫେରିଆସିଥିଲେ ଓ ତାଙ୍କ ସମ୍ପର୍କୀୟ ଭଉଣୀ ପ୍ରିୟଙ୍କା ଚୋପ୍ରାଙ୍କ ପାଖେ ରହିଥିଲେ । ପ୍ରିୟଙ୍କାଙ୍କ ପାଖରେ ରହିବା ପରେ ସେ ବଲିଉଡରେ ଏଣ୍ଟ୍ରି କରିବାକୁ ମନ ବଳାଇଥିଲେ । ଲେଡିଜ ଭର୍ସେସ ରିକି ବେହେଲରେ ସେ ପ୍ରଥମେ କାମ ଆରମ୍ଭ କରିଥିଲେ ସୁ୍‌ଦ୍ଧା ଫିଲ୍ମ ‘ଇସକଜାଦେ’ରେ ସେ ତାଙ୍କର ପରିଚୟ ସୃଷ୍ଟି କରିଥିଲେ । ଏଥିରେ ସେ ଅର୍ଜୁନ କପୁରଙ୍କ ଅପୋଜିଟର ନାୟିକା ସାଜିଥିଲେ । ଏହାପରେ ସୁଦ୍ଧ ଦେଶୀ ରୋମାନ୍ସ, ହସି ତୋ ଫସି ଗୋଲମାଲ-୪ରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । କୁହାଯାଏ ପ୍ରଥରେ ପରିଣିତି ସାମାନ୍ୟ ମୋଟା ଥିଲେ । ହେଲେ ଫିଲ୍ମରେ ଅଭିନ୍ରୟ କରିବାକୁ ଚାହିଁବାରୁ ସେ ପ୍ରଥମେ ତାଙ୍କ ଓଜନ କମାଇଥିଲେ । ଆଉ ଏଥିପାଇଁ ସେ ପିଜା ଖାଇବା ଛାଡି ଦେଇଥିଲେ ବୋଲି କୁହାଯାଏ । ଏବେ ୩୨ ବର୍ଷରେ ପାଦ ଦେଇଥିବା ନାୟିକା ପରିଣିତି ଆଗକୁ ବି ଦର୍ଶକଙ୍କୁ କିଛି ହିଟ୍ ଫିଲ୍ମ ଭେଟି ଦେବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

Share