ସ୍ୱାମୀଙ୍କୁ ଛାଡ଼ି ମାଳଦ୍ଵୀପରେ ପହଁଚିଲେ ପରିଣୀତି ଚୋପ୍ରା, ଏହି ଖାସ ବ୍ୟକ୍ତି ଉଠାଇଲେ ଫଟୋ

ମାଳଦ୍ଵୀପ,୧୬।୧୦:(୧୦) ନିକଟରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ଖୁବ ଚର୍ଚ୍ଚାରେ। ବିବାହ ପରେ ପରିଣୀତି ସ୍ୱାମୀଙ୍କୁ ଛାଡ଼ି ଏବେ ମାଳଦ୍ଵୀପରେ ଛୁଟି କାଟିବାକୁ ପହଞ୍ଚିଛନ୍ତି। ଏହି ସମୟର ଏକ ଫଟୋ ପରିଣୀତି ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରି ଏହା ସ୍ପଷ୍ଟ କରିଦେଇଥିଲେ କି ସେ ଝିଅ ମାନଙ୍କର ଏହି ଟ୍ରିପ୍ ମଜା କରୁଛନ୍ତି।

ଏହି ଫଟୋରେ ପରିଣୀତି ଏକ କଳା ରଙ୍ଗର ସୁଇମିଙ୍ଗ ସୁଟରେ ନଜର ଆସିଛନ୍ତି। ଏହା ସହିତ ପରିଣୀତି ତାଙ୍କର ଚୁଡ଼ିକୁ ମଧ୍ୟ ଦେଖାଇଛନ୍ତି ଏବଂ କ୍ୟାପିସନରେ ଲେଖିଛନ୍ତି, ‘ହନୀମୂନରେ ନୁହେଁ, ଫଟୋ ନଣଦ ଉଠାଇଛନ୍ତି।’ ଏଥିରୁ ଏହା ସ୍ପଷ୍ଟ ହୋଇଯାଉଛି ଯେ, ତାଙ୍କ ସହିତ ରାଘବ ଛଡ୍ଡାଙ୍କ ଭଉଣୀଙ୍କ ସହିତ ପରିଣୀତି ଛୁଟି କଟାଉଛନ୍ତି। କହିରଖୁ ଯେ ରାଘବ ଛଡ୍ଡାଙ୍କ ଭଉଣୀ ମଧ୍ୟ ତାଙ୍କପରି ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଟନ୍ତି।

 

 

Share