ବିବାହ ଲେହେଙ୍ଗାରେ ଏପରି କାରୁକାର୍ଯ୍ୟ କରି ଜେଜେମାଆଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପରିଣୀତି

ମୁମ୍ବାଇ: ପରିଣୀତି ଓ ରାଘବ ଚଢାଙ୍କ ବିବାହ ଧୁମଧାମରେ ଶେଷ ହୋଇଛି। ତେବେ ମ୍ୟାରେଜରେ ପରିଙ୍କର ଲେହେଙ୍ଗାକୁ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି। ଅଫ ହ୍ବାଇଟ ରଙ୍ଗର ଏହି ଲେହେଙ୍ଗାକୁ ମନୀଷ ମାଲହୋତ୍ରା ଡିଜାଇନ କରିଛନ୍ତି। ପରିଙ୍କ ଏହି ଲେହେଙ୍ଗାରେ ତାଙ୍କ ଜେଜେମାଆଙ୍କର ସ୍ମୃତି ରହିଛି ବୋଲି ନିକଟରେ ମନୀଷ କହିଛନ୍ତି। ତାଙ୍କ ଲେହେଙ୍ଗାରେ ଛଲ୍ଲା(ପାରମ୍ପରିକ କି ଚେନ) ଲଗାଯାଇଛି। ଏହାକୁ ଲଗେଇବାକୁ ପରି ହିଁ ମନୀଷଙ୍କୁ କହିଥିଲେ। ପରିଙ୍କ ଜେଜେମାଆ ଏହି କି ଚେନ ସବୁବେଳେ ପିନ୍ଧିଥାନ୍ତି। ତେଣୁ ଏହାକୁ ନିଜ ଲେହେଙ୍ଗାରେ ଡିଜାଇନିଂ କରି ପରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପରି ମନୀଷଙ୍କ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏଥିସହ ବିବାହ ଶୁଭେଚ୍ଛା ପାଇଁ ଫ୍ୟାନ୍ସମାନଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Share