ରାଘବ-ପରଣିତିଙ୍କୁ ଶୁଭେଚ୍ଛା ଜଣାଇଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୪।୫: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି) ନେତା ରାଘର ଚଢାଙ୍କର ଶନିବାର(ମେ ୧୩)ରେ ଏନଗେଜମେଣ୍ଟ ହୋଇଛି। ଏହି ଉତ୍ସବରେ ଯୋଗ ଦେଇଥିବା ଅତିଥିଙ୍କ ମଧ୍ୟରେ ଜଣେ ଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଏହି ଏନଗେଜମେଣ୍ଟ ସେରିମନିର ଫଟୋ ଶେୟାର କରି କେଜରିଓ୍ବାଲ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଟୁଇଟ କରି କେଜରିଓ୍ବାଲ ଲେଖିଛନ୍ତି, ଈଶ୍ୱର ଗଢିଥିବା ତୁମର ଏହି ସୁନ୍ଦର ଯୋଡି ସବୁବେଳେ ଏମିତି ଅତୁଟ ରହୁ। ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ରାଘଙ୍କୁ ଆଲିଙ୍ଗନ କରୁଥିବା ଦେଖାଯାଇଛି। ଦ୍ୱିତୀୟ ଫଟୋରେ ସେ ରାଘବ ଓ ପରିଣିତଙ୍କ ପାଖରେ ଠିଆ ହୋଇ ପୋଜ ଦେଇଛନ୍ତି। ଶିଖ ରିତିନୀତି ଅନୁଯାୟୀ ଏହି ନିର୍ବନ୍ଧ କରାଯାଇଛି।
ଜୀବନର ଏହି ନୂଆ ଯାତ୍ରାର ଆରମ୍ଭକୁ ନେଇ ଅନେକ ଅନେକ ଶୁଭକାମନା, ଈଶ୍ୱର ତୁମକୁ ସବୁବେଳେ ଖୁସିରେ ରଖନ୍ତୁ। ଭଗବାନ ତିଆରି କରିଥିବା ତୁମର ଏହି ସୁନ୍ଦର ଯୋଡି ସବୁବେଳେ ଅତୁଟ ଥାଉ। ଏମିତି ଆଶୀର୍ବାଦ ଦେଇଛନ୍ତି କେଜରିଓ୍ବାଲ।

 

Share