ଦିଲ୍ଲୀ-ଚଣ୍ଡିଗଡରେ ନୁହେଁ ମୁମ୍ବାଇରେ ହେବ ପରିଣୀତି-ରାଘବଙ୍କ ରିସେପ୍ସନ

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଦୟପୁରର ଲିଲା ପ୍ୟାଲେସରେ ଦମ୍ପତି ସାତ ଫେରା ନେଇଛନ୍ତି। ପରିଣୀତି ଏବଂ ରାଘବଙ୍କ ବିବାହରେ କେବଳ କିଛି ବିଶେଷ ବ୍ୟକ୍ତି ଯୋଗ ଦେଇଥିଲେ। ରାଘବ-ପରିଣୀତିଙ୍କ ବିବାହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଯୋଗ ମଧ୍ୟ ଦେଇଥିଲେ। ଉଦୟପୁରରେ ବିବାହ ପରେ ଏହି ଦମ୍ପତି ଦିଲ୍ଲୀ ଫେରିଛନ୍ତି। ବର୍ତ୍ତମାନ ଏହି ଦମ୍ପତି ଖୁବ୍‌ଶୀଘ୍ର ରିସେପ୍ସନ ଆୟୋଜନ କରିବାକୁ ଯାଉଛନ୍ତି।

ପରିଣୀତି-ରାଘବ ଦୁଇଟି ରିସେପ୍ସନ ଆୟୋଜନ କରିବାର ଥିଲା। ଗୋଟିଏ ଚଣ୍ଡିଗଡ଼ରେ ଏବଂ ଅନ୍ୟଟି ମୁମ୍ବାଇରେ। ଯେଉଁଥିରେ ପରିଣୀତି-ରାଘବଙ୍କ ସାଙ୍ଗମାନେ ସାମିଲ ହେବେ। ରିପୋର୍ଟ ଅନୁଯାୟୀ, ତେବେ ଦିଲ୍ଲୀରେ ମଧ୍ୟ ଏକ ରିସେପ୍ସନ ହେବାର ଥିଲା। ଯେଉଁଥିରେ ସମସ୍ତ ରାଜନେତା ଯୋଗ ଦେବେ ବୋଲି କୁହାଯାଉଥିଲା, କିନ୍ତୁ ବର୍ତ୍ତମାନ ଯୋଜନାରେ ପରିବର୍ତ୍ତନ କରାଯାଇଛି। କେବଳ ଗୋଟିଏ ରିସେପ୍ସନ ମୁମ୍ବାଇରେ ହେବ। ଦିଲ୍ଲୀ-ଚଣ୍ଡିଗଡ ପାର୍ଟିକୁ ଏବେ କ୍ୟାନସଲ କରାଯାଇଛି। ପରିଣୀତି-ରାଘବ ନିଜ ସାଙ୍ଗଙ୍କ ପାଇଁ ମୁମ୍ବାଇରେ ପାର୍ଟି ରଖିଛନ୍ତି। ଯାହା ୪ ଅକ୍ଟେବରରେ ହେବ ।

Share