ଉଦୟପୁରରେ ପରିଣିତି-ରାଘବଙ୍କର ହେବ ଗ୍ରାଣ୍ଡ ଓ୍ବେଲକମ, ସ୍ବାଗତ ପାଇଁ ଲାଗିଲା ବଡ ପୋଷ୍ଟର

ମୁମ୍ବାଇ: ବଲିଉଡ ବିୟୁଟି ପରିଣିତି ଚୋପ୍ରା ଏବଂ ଏଏପି ନେତା ରାଘବ ଚଢାଙ୍କ ବିବାହକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏବେ କିଛି ଦିନ ମଧ୍ୟରେ ଏହି ଦମ୍ପତି ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପାରିଣିତି ଏବଂ ରାଘବ ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି। ଏହି ଦମ୍ପତି ଶୁକ୍ରବାର ସକାଳେ ଉଦୟପୁର ଅଭିମୁଖେ ଯାତ୍ରା କରିଛନ୍ତି। ବିବାହ କାର୍ଯ୍ୟ ଶନିବାର ଠାରୁ ଆରମ୍ଭ ହେବ। ପାରିଣିତି ଏବଂ ରାଘବଙ୍କୁ ଉଦୟପୁରରେ ଏକ ବିରାଟ ସ୍ବାଗତ କରିଯିବ। ଏହାର ପ୍ରସ୍ତୁତି କରାଯାଇଛି। ଏଡି କପୁଲ ଏବେ ଉଦୟପୁରରେ ପହଞ୍ଚିଛନ୍ତି। ଯାହାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି।

ଉଦୟପୁରରେ ପାରଣିତି ଏବଂ ରାଘବଙ୍କୁ ସ୍ବାଗତ କରାଯିବ। ସେମାନଙ୍କ ନାମର ଏକ ବଡ ପୋଷ୍ଟର ମଧ୍ୟ ରଖାଯାଇଛି ଯେଉଁଥିରେ ଲେଖାଟାଇଛି ପାରିଣିତି ଏବଂ ରାଘବ ଓ୍ବେଲକମ ଟୁ ଉଦୟପୁର। ଏହା ବ୍ୟତୀତ ଲୋକମାନେ ତାଙ୍କୁ ବ୍ୟାଣ୍ଡ ଏବଂ ଡ୍ରମ ସହିତ ଭେନ୍ୟୁରେ ଅପେକ୍ଷା କରଛନ୍ତି। ଏହି ସ୍ବାଗତ ସମ୍ପୂର୍ଣ୍ଣ ପଞ୍ଜାବୀ ଶୈଳୀରେ ହେବ।

ସୂଚନାଯୋଗ୍ୟ, ଏମାନଙ୍କ ବିବାହ କାର୍ଯ୍ୟ ୨୩-୨୪ ସେପ୍ଟେମ୍ବରରେ ଉଦୟପୁରରେ ଅନୁଷ୍ଠିତ ହେବାକୁ ଯାଉଛି। ୨୪ ସେପ୍ଟେମ୍ବରରେ ସେହରାବନ୍ଦୀ ପରେ ଅପରାହ୍ନରେ ଏହି ବିବାହ ଅନୁଷ୍ଠିତ ହେବ। ଏହା ପରେ ସାରେ ଏକ ରିସେପ୍ସନ ଆୟୋଜନ କରାଯାଇଛି। ଯେଉଁଥିରେ କିଛି ବିଶେଷ ସେଲିବ୍ରିଟି ପରିବାର ସହିତ ଯୋଗଦେବାକୁ ଯାଉଛନ୍ତି। ଏହା ପରେ ଚଣ୍ଡିଗଡ଼ରେ ଏକ ରିସେପ୍ସନ ମଧ୍ୟ ଆୟୋଜିତ ହୋଇଛି।

Share